ପରିବର୍ତ୍ତନ ହେଲେ ଅଞ୍ଚଳର ବିକାଶ ହେବ -ଅଭିନନ୍ଦନ ପଣ୍ଡା

ଶିଶୁମାନଙ୍କୁ ଦେଲେ ଚକଲେଟ, ମା ମାଉସୀଙ୍କୁ ମାରିଲେ ମୁଣ୍ଡିଆ 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ତାଙ୍କର ନିର୍ବାଚନୀ ପ୍ରଚାରକୁ ନୂତନ ଢଙ୍ଗରେ ପରିଚାଳନା କରୁଥିବା ଦେଖାଯାଇଛି। ଦଳୀୟ ଟିକେଟ ମିଳିବା ପରେ ଶ୍ରୀ ପଣ୍ଡା ବିଜେପି କର୍ମୀଙ୍କ ଓ ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ମିଶି ନିର୍ବାଚନ ମଣ୍ଡଳୀର ତୃଣମୂଳ ସ୍ତରରେ ପ୍ରଚାର କରୁଛନ୍ତି। ସେ ସଦର ବ୍ଲକ ଗୋଡ଼ଫୁଲା ପଞ୍ଚାୟତର ବିଭିନ୍ନ ଗାଁ ବୁଲିବା ସମୟରେ ଉପସ୍ଥିତ ଥିବା ଛୋଟଛୋଟ ଶିଶୁଙ୍କୁ କାଖେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋଟୋ ଦେଖାଇ ଚିହିଁଛ କି ନାହିଁ ବୋଲି ପ୍ରଶ୍ନ ପଚାରି ଚକଲେଟ ବାଣ୍ଟିଥିଲେ। ଏହା ସହିତ  ଗାଁର ମା ମାଉସୀଙ୍କୁ ଗୋଡ଼ ଧରି ମୁଣ୍ଡିଆ ମାରିଥିଲେ। ‘ପରିବର୍ତ୍ତନ ହେଲେ ଅଞ୍ଚଳର ବିକାଶ ହେବ’ ବୋଲି ଏହି ଅବସରରେ କହିଛନ୍ତି ନୂଆପଡ଼ା ବିଜେପି ବିଧାନସଭା ପ୍ରାର୍ଥୀ ଶ୍ରୀ ପଣ୍ଡା। ଏଠାରେ ପ୍ରକାଶଯୋଗ୍ୟ ଯେ, ଚଳିତ ନିର୍ବାଚନରେ ନୂଆପଡ଼ା ଆସନ ପାଇଁ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ, ବିଜେଡ଼ି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ବିଜେପି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.