ବିଜେଡ଼ି ବିଧାୟିକା ପ୍ରାର୍ଥିନୀ ମନୋରମା ମହାନ୍ତିଙ୍କ କର୍ମୀ ସମ୍ମିଳନୀ: ନର୍ଲାରେ ଉଦ୍ଘାଟନ କଲେ ବିଜେଡି କାର୍ଯ୍ୟାଳୟ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗୁରୁବାର ଦିନ ଠାରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ବହୁ ଚର୍ଚ୍ଚିତ ନର୍ଲା ବିଧାନ ସଭା ଆସନ ପାଇଁ ପ୍ରାର୍ଥିନୀ ହୋଇଥିବା ମନୋରମା ମହାନ୍ତି ତାଙ୍କର ପ୍ରଚାର କାର୍ଯ୍ୟ ଯୋରସୋର ଆରମ୍ଭ କରି ଦେଇଛନ୍ତି। ଏହା ସହ ବିଜେଡି କର୍ମୀମାନଙ୍କୁ ସଙ୍ଗଠିତ କରିବାର ପ୍ରକ୍ରୀୟା ମଧ୍ୟ ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳୁଛି। ନର୍ଲାରେ ତ୍ରୀମୁଖି ଲଢେଇ ନେଇ ଚର୍ଚ୍ଚା ଯୋର ଧରିଥିବା ବେଳେ କଂଗ୍ରେସର ପୁରୁଖା ନେତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ ନର୍ଲା ରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ନର୍ଲା ରାଜ୍ୟର ସବୁଠାରୁ ହଟ ସିଟ ହୋଇଥିବା ବେଳେ ନର୍ଲାରେ ଦୁଇ ଦୁଇ ଥର ବ୍ଲକ ଅଧ୍ୟକ୍ଷା ରହିଥିବା ବିଜେଡିର ବିଧାୟୀକା ପ୍ରାର୍ଥିନୀ ମନୋରମା ମହାନ୍ତି ଗୋଟିଏ ପାଦ ଆଗରେ ରହି ତାଙ୍କର ପ୍ରଚାର ପ୍ରସାର ଯୋର କରି ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ବିଜେଡି କର୍ମୀମାନଙ୍କୁ ସଙ୍ଗଠିତ କରିବା ପାଇଁ କର୍ମୀ ସମ୍ମିଳନୀ କରି କର୍ମୀଙ୍କୁ ଉତ୍ସାହିତ କରିଛନ୍ତି ପ୍ରାର୍ଥିନୀ ମନୋରମା। ଗୁରୁବାର ପୁର୍ବାହ୍ନ ୧୦ ଘଣ୍ଟା ସମୟରେ ମ.ରାମପୁର ଅଞ୍ଚଳର ୫୦୦ ରୁ ଉର୍ଦ୍ଧ୍ୱ କର୍ମିଙ୍କୁ ନେଇ ମ.ରାମପୁରରେ ଏକ ଭବ୍ୟ କର୍ମୀ ସମ୍ମିଳନୀ କରିଥିଲେ ବିଜେଡି ପ୍ରାର୍ଥିନୀ। ଅପରାହ୍ନ ୫ ଘଣ୍ଟା ସମୟରେ ନର୍ଲା ବସ୍ତିରେ ବୁଲି ବୁଲି ପ୍ରଚାର କରିବା ସହ ମିର୍ଚି ରେଷ୍ଟୁରାଣ୍ଟରେ ଶତାଧିକ ମହିଳା ଓ ପୁରୁଷ କର୍ମୀଙ୍କୁ ନେଇ ନିର୍ବାଚନୀ ରଣନିତୀ ପ୍ରସ୍ତୁତି ନେଇ କର୍ମୀ ସମ୍ମିଳନୀ କରିଥିଲେ ପ୍ରାର୍ଥିନୀ ଶ୍ରୀମତୀ ମହାନ୍ତି। ଏଥିରେ ନର୍ଲାର ବରିଷ୍ଠ ନାଗରିକ ଶିବଦାସ ଚାନ୍ଦ, ମହେଶ ଚାନ୍ଦ, ସାନକୁନୁ ଚାନ୍ଦ, ମନ୍ମଥ ପୁଝାରୀ, ମନ ସାହୁ, ନର୍ଲା ପଞ୍ଚାୟତ ବିଜେଡି ସଭାପତି କିଶୋର ମାଝୀ, ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ନର୍ଲା ବ୍ଲକ ଛାତ୍ର କଂଗ୍ରେସ ସଭାପତି ଘାସିରାମ ସାହୁ, ଚନ୍ଦ୍ର ଶେଖର ପୂଝାରୀ, ବଡ ହଂସ, ପୂର୍ଣ୍ଣ ପୂଝାରୀ ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି କର୍ମୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଉପସ୍ଥିତ ରହି ବିଧାୟୀକା ପ୍ରାର୍ଥିନୀ ମନୋରମା ମହାନ୍ତିଙ୍କୁ ସ୍ୱାଗତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନର୍ଲା ବିଧାନ ସଭା କ୍ଷେତ୍ର ପାଇଁ ମନଲାଖି ପ୍ରାର୍ଥିନୀ ଦେଇଥିବା ତାଙ୍କ ବକ୍ତବ୍ୟରେ କହିବା ସହ ସ୍ଥାନୀୟ ପ୍ରାର୍ଥିନୀ ମନୋରମା ମହାନ୍ତିଙ୍କୁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ କରାଇବେ ବୋଲି ଶପଥ ନେଇଥିଲେ। ଇତ୍ୟବସରରେ ନର୍ଲା ପଞ୍ଚାୟତ ମାର୍କେଟ କମ୍ଲେକ୍ସରେ ବିଜେଡି କାର୍ଯ୍ୟାଳୟକୁ ଫିତାକାଟି ଉଦ୍ଘାଟନ କରିଥିଲେ ପ୍ରାର୍ଥିନୀ ଶ୍ରୀମତୀ ମହାନ୍ତି। ବିଧାୟିକା ପ୍ରାର୍ଥିନୀ ହେବା ପରେ ତାଙ୍କର ନର୍ଲା ଗସ୍ତ କାର୍ଯ୍ୟକ୍ରମକୁ କର୍ମୀ ଓ ଜନସାଧାରଣ ମହଲରେ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରଥମ ଥର ପାଇଁ ନର୍ଲାରେ ସ୍ଥାନୀୟ ଏବଂ ନୂଆ ପ୍ରାର୍ଥିନୀଙ୍କୁ ପାଇ କର୍ମୀ ମହଲରେ ଏକ ନୂତନ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ବିଜେଡି ପ୍ରାର୍ଥିନୀ ଶ୍ରୀମତୀ ମନୋରମା ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ କର୍ମୀ ସମ୍ମିଳନୀକୁ ବିଜେଡିର ବରିଷ୍ଠ ନେତା ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ବିଜେଡି ସମ୍ପାଦକ ଟିକେଲାଲ ସାହୁ, ସାମ୍ବାଦିକ ରଞ୍ଜନ ମହାନ୍ତି ପ୍ରମୁଖ ପରିଚାଳନା କରିଥିବା ବେଳେ ପୂର୍ବତନ ସମିତି ସଦସ୍ୟ ଗୋବିନ୍ଦ ତାଣ୍ଡି, ତସିଲ ସାହୁ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ଟୁଟୁ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସନ୍ଧ୍ୟା ୭ ଘଣ୍ଟା ସମୟରେ ଶାନ୍ତପୁର ଯାଇ ସେଠାରେ ଅପେକ୍ଷାରତ କର୍ମୀ ମାନଙ୍କୁ ନିର୍ବାଚନ ରଣନୀତିର ଗୁରୁମନ୍ତ୍ର ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.