ଅବସରପ୍ରାପ୍ତ ଗୃହରକ୍ଷୀଙ୍କୁ ଆର୍ଥିକ ସହାୟତା; ଦିନକର ଦରମା ଦାନ କଲା ସଂଘ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ବୋଡ଼େନ ଥାନାର ଅବସରପ୍ରାପ୍ତ ଗୃହରକ୍ଷୀ ଚୈତନ୍ୟ ହରିଜନଙ୍କୁ ନୂଆପଡା ଜିଲ୍ଲା ଗୃହରକ୍ଷୀ ସଂଘ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଗତ ମାର୍ଚ୍ଚ ୩୧ ତାରିଖରେ ଗୃହରକ୍ଷୀ ଚୈତନ୍ୟ ନିଜର ଚାକିରୀରୁ ଅବସରଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲା ଗୃହରକ୍ଷୀ ସଂଘ ସଭାପତି ଶରତ ହଂସଙ୍କ ନେତୃତ୍ବରେ ଜିଲ୍ଲାର ୧୨୪ ଜଣ ଗୃହରକ୍ଷୀ ଦିନକର ଦରମା ଚୈତନ୍ୟଙ୍କୁ ଦାନ କରିଥିଲେ। ଏଥିରେ ଦୈନିକ ତିସିଏ ୫୭୫ ଟଙ୍କା ହିସାବରେ ୭୨ ହଜାର ୩୮୦ ଟଙ୍କା ସଂଗ୍ରହ ହୋଇଥିଲା । ଅଜି ସ୍ଥାନୀୟ ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଜିଆର ରାଘବେନ୍ଦ୍ର ଅବସରପ୍ରପ୍ତ ଗୃହରକ୍ଷୀଙ୍କୁ ସମ୍ବନ୍ଧନା ଦେବା ସହ ସଂଗୃହିତ ଆର୍ଥିକ ସହାୟତା ଋଶି ପ୍ରଦାନ କରିଥିଲେ। ପୁଲିସ ଆରଆଇ ଚିତ୍ତରଞ୍ଜନ ନାୟକ, ହାବିଲଦାର କୀର୍ଘନ ପ୍ରସାଦ ପୁରୋହିତ, କନିଷ୍ଠ କିରାଣି ମନୋଜ ସାହୁ, ଗୃହରକ୍ଷୀ ସଂଘ ଜିଲ୍ଲା ସଭାପତି ଶ୍ରୀ ହଂସ, ଗୃହରକ୍ଷୀ ଗୋପଳ ଦାସବାଦ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.