ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ୍କ୍ରସ ଓ ରେଡ୍ରିବନ କ୍ଲବ୍ ଆନୁକୂଲ କୂଲ୍ୟରେ ଏଡ୍ସ ସଚେତନତା ଓ ସ୍ଵେଚ୍ଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି। ଜୁନିୟର କଲେଜ ଅଧ୍ୟକ୍ଷ ଭବାନୀ ଶଙ୍କର ଦାସଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଛାୟତ ଯୋଗଦାନ କରି ଏଡ୍ସ ସଚେତନତା ଉପରେ ଛାତ୍ର ଛାତ୍ରୀଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଯୁବ ରେଡକ୍ରସ୍ ମେମ୍ବର ସୁଧିର ପଣ୍ଡା, ୟୁଥ ରେଡକ୍ରସ ଇନଚାର୍ଜ ରଞ୍ଜିତ ମାଝୀ, ରିଶିଡ଼ା କଲେଜ ର ଅଧ୍ୟାପକ ଶ୍ରୀ ଗହୀର ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ସଚେତନ କରିଥିଲେ। ବିଦ୍ୟାଳୟର ଶାରୀରିକ ଶିକ୍ଷକ ସୁମନ୍ତ ପୂଝାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।