ବରେଣ୍ୟ ଅତିଥିବୃନ୍ଦଙ୍କ ଦ୍ବାରା ରାମଲୀଳା ନାଟକ ହେଲା ଉଦଘାଟିତ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଡ଼ମ୍ କର୍ଲାଖୁଣ୍ଟା ପଞ୍ଚାୟତର ଡୁମେର ଗୁଡ଼ା ଡଙ୍ଗା ବାହାଲ ଶ୍ରୀ ରାମ ଜୀଉ ନାଟ୍ୟ କଳା ପରିଷଦ ତରଫରୁ ୭୩ତମ ବର୍ଷ ଶ୍ରୀ ରାମ ଲୀଳା ନାଟକ ଉଦ୍ଘାଟିତ ହୋଇ ଯାଇଛି। ମୁଖ୍ୟ ପରିଚାଳକ ସୁଦାମ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ, ପାଇକ ପଡାର ସଭାପତି ଜୀବେଶ୍ କୁମାର ପଣ୍ଡା, ସମ୍ମାନୀତ ଅତିଥି ନାଟ୍ୟକାର, ନିର୍ଦେଶକ ପଣ୍ଡିତ ସୁରେନ୍ଦ୍ର ମିଶ୍ର ଯୋଗ ଦେଇ ଥିବା ବେଳେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ଉଦଘାଟନୀ ଉତ୍ସବ ପରେ ପ୍ରଥମ ରଜନୀର ନାଟକୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦର ସଭାପତି ଭୀଷ୍ମ ସାହୁ, ସମ୍ପାଦକ ତୋଫାନ ଭୋଇ, ବରିଷ୍ଠ ସଦସ୍ୟ ଦୁଃଶାସନ ସାହୁ, ଥବୀର ବିଶ୍ଵାଳ, ସୁରେଶ ସାହୁ,ହରିହର ପାତ୍ର,ସହଯୋଗ କରିଥିଲେ। ପ୍ରଥମ ରଜନୀରେ ଅନେକ ଦୃଶ୍ୟ ମଞ୍ଚାୟନ ହୋଇଥିଲା। ଚଳିତ ବର୍ଷ ଏହି ରାମ ଲୀଳା ମହୋତ୍ସବ ୯ ଦିନ ଧରି ମହା ସମାରୋହରେ ଅନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।