ଇଚ୍ଛାପୁରଠାରେ ବିଜୁ ଜନତା ଦଳର ସଂକଳ୍ପ ସମାବେଶ  

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ଜୋନ୍ ନଂ ୪ ଇଚ୍ଛାପୁର ଠାରେ ବିଜେଡ଼ିର ସଂକଳ୍ପ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାବେଶରେ ବିଜେଡ଼ିର କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ଭବାନୀପାଟଣା ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଉପସ୍ଥିତ ରହି ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ। ଏହାସହ ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ବିଜେଡ଼ିର ବିଧାୟିକା ପ୍ରାର୍ଥୀନୀ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ସଭାରେ ଆହ୍ବାନ ଦିଆଯାଇଥିଲା। ଉକ୍ତ କର୍ମୀ ସମ୍ମିଳନୀରେ ଗୁଡ଼ିଆଳିପଦର, ଦେପୁର, ମେଦିନପୁର, ଉଦେପୁର, କମଠନା, ସିରିପୁର, ଲଷ୍ମୀପୁର, କୁଲିଆମାଲ, ଗଣ୍ଡ ବାରଝୁଲାର ଶତାଧିକ ବିଜେପି ଏବଂ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିଲେ। ମଞ୍ଚରେ ପ୍ରାର୍ଥୀ ମାନଙ୍କ ସହିତ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଜିଲ୍ଲା ମହାସଚିବ ଭବାନୀଶଙ୍କର ମିଶ୍ର, ଜିଲ୍ଲା ଯୁବ ସଭାପତି ଆଦିତ୍ୟ ନନ୍ଦ, ଜିଲ୍ଲା ବରିଷ୍ଠ ଉପସଭାପତି ଜିତେନ୍ଦ୍ର ମହାନ୍ତି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର, ଭବାନୀପାଟଣା ଜୋନ ନଂ ୪ ଜିଲ୍ଲା ପରିଷଦ ସଦସ୍ୟା ଲଷ୍ମୀ ସାହୁ, କର୍ଲାପଡ଼ା ଜୋନ ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ନାଏକ, ନବୀନ ଓଡିଶା ସଂଯୋଜକ ବଦ୍ରି ପଟ୍ଟନାୟକ, ନିର୍ବାଚନ ମଣ୍ଡଳୀ ସଭାପତି ସୁରେନ୍ଦ୍ର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଯଯାତି ନାଏକ, ବ୍ଲକ ବିଜେଡି ସଭାପତି ପ୍ରେମରଞ୍ଜନ ପାଣିଗ୍ରାହୀ, ନଗର ସଭାପତି ଧବଳେଶ୍ୱର ମହାପାତ୍ର, ବରିଷ୍ଠ ସମାଜସେବୀ ଟୁଟୁ ପଟ୍ଟନାୟକ, ନଗର ଯୁବ ସଭାପତି ପୀତବାସ ବେହେରା, ଜିଲ୍ଲା ଆଇଟି ସେଲ ମୁଖ୍ୟ ସତ୍ୟବ୍ରତ ଦାଶ, ବ୍ଲକ ମହିଳା ସଭାନେତ୍ରୀ ପ୍ରଗତି ନାଏକ, ଜିଲ୍ଲା ମହିଳା ସମ୍ପାଦିକା ରୀନା ସାହୁ, ମେଦିନପୁର ସରପଞ୍ଚ ଗୌରୀଶଙ୍କର ମିଶ୍ର, ଉଦେପୁର ସରପଞ୍ଚ  ପ୍ରମୋଦ ଯୋଶୀ, ସମସ୍ତ ପଞ୍ଚାୟତର ସଭାପତି; ଶୂନ୍ୟ ମଙ୍ଗରାଜ, ପଞ୍ଚାନନ ଦାଶ, ମୋତିଲାଲ, ଯଶୋବନ୍ତ ପଟ୍ଟନାୟକ, ମୋହନ ପଟ୍ଟନାୟକ, ପୁରନ୍ଦର କରୁଆଁ, ଆଶୁତୋଷ ମିଶ ପ୍ରମୁଖଙ୍କ ସହ ହଜାରେରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ଉପସ୍ଥିତ ଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.