ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ୨୦୨୪ ସାଧାରଣ ନିର୍ବାଚନର ତାରିଖ ଘୋଷଣା ହେବାପରେ ପ୍ରଶାସନ ପକ୍ଷରୁ ଭୋଟରଙ୍କୁ ସଚେତନ କରିବା ଜାରି ରହିଛି। ଏହି କ୍ରମରେ ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ କଳାହାଣ୍ଡିଙ୍କ ସୌଜନ୍ୟତା ଓ କୋକସରା ବିଡ଼ିଓଙ୍କ ତତ୍ୱାବଧାନରେ ବ୍ଲକ ପ୍ରଶାସନ ପକ୍ଷରୁ ଏକ ସଚେତନ ବାଇକ ରେଲି ମାଧମରେ ଲୋକଙ୍କୁ ସ୍ୱଚ୍ଛ ନିର୍ମଳ ଓ ଶୃଙ୍ଖଳିତ ନିର୍ବାଚନ ପାଇଁ ସଚେତନ କରାଯାଇଛି। ବ୍ଲକ ପରିସରରୁ ଏକ ବାଇକ ରେଲି ବାହାରି କୋକସରା ଶିବ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ସହର ପରିକ୍ରମା କରିଥିଲେ। ରେଲିରେ ଧର୍ମଗଡ଼ ଉପଜିଲ୍ଲାପାଳ ଧିମନ୍ ଚକ୍ ମା, କୋକସରା ବିଡ଼ିଓ ସ୍ନେହପ୍ରଭା ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ, ଜି.ପି.ଡି.ଓ ରାଜେନ୍ଦ୍ର ପ୍ରସାଦ ପାତ୍ର, କୋକସରା ଥାନା ଅଧିକାରିଣୀ ରନିତା ପ୍ରଧାନ, ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା, ସମେତ ପିଇଓ ଜିଆରଏସ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।