ନାମାଙ୍କନ ପତ୍ର ଦାଖଲ କଲେ ଅଧୀରାଜ ପାଣିଗ୍ରାହୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଖଡ଼ିଆଳ ବିଧାନସଭା (୭୨)ରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଅଧୀରାଜ ପାଣିଗ୍ରାହୀ ବୁଧବାର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶ୍ରୀ ପାଣିଗ୍ରାହୀ ତାଙ୍କର ସମର୍ଥକଙ୍କ ଓ ଶହସ୍ରାଧିକ ବିଜେଡି କର୍ମୀଙ୍କ ସହିତ ସ୍ଥାନୀୟ ପୋଲିସ ପଡିଆ ଠାରୁ ପଦଯାତ୍ରାରେ ବାହାରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେଡିର ଶୀର୍ଷ ନେତୃତ୍ୱକୁ ଧନ୍ୟବାଦ ଜଣାଇବା ସହିତ ବିଜେଡି ସରକାରର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସବୁକୁ ସାଧାରଣ ଜନତାଙ୍କ ପାଖକୁ ପହଞ୍ଚାଇବାର ପ୍ରୟାଶ କରିବି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା, ପୁଷ୍ପାଞ୍ଜଳି ଗୁଆଲ, ମନ୍ଦାକିନୀ ବାଘେଲ, ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିନିଧି ଅକ୍ଷୟ ନନ୍ଦ, ସିନାପାଲି ପଂଚାୟତ ସମିତି ଉପାଧ୍ୟକ୍ଷା ମିନା ଘିବେଲା, ବିଜେଡି ନେତା ଚିତ୍ତରଞ୍ଜନ ବେହେରା, ଲିଙ୍ଗରାଜ ଘିବେଲା, ମନୋଜ ଦୀପ, ଗୋବର୍ଦ୍ଧନ ସୁନା, ସୁଶାନ୍ତ ତାଣ୍ଡି, ଗିରିଧାରୀ ବିଭାର, ଯୁବ ନେତା ହୀରା ମେହେର, ରିଙ୍କୁ ଅଗ୍ରୱାଲ, ଜିଲ୍ଲା ମହିଳା ସଭାନେତ୍ରୀ ସରସ୍ବତୀ ବାଗ, ଶେଫାଳି ସେଲମା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଶହସ୍ରାଧିକ ବିଜେଡି କର୍ମୀ ଅଧୀରାଜ ପାଣିଗ୍ରାହୀ ଜିନ୍ଦାବାଦ ଓ ବିଜେଡି ଜିନ୍ଦାବାଦ କହି ନୂଆପଡା ସହର ପ୍ରକମ୍ପିତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.