ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାରେ ସ୍ବଚ୍ଛ ଶାସନ ଓ ବିକାଶର ନୂତନ ଅଧ୍ୟାୟ ପାଇଁ ଡବଲ ଇଞ୍ଜିନ ସରକାର ଜରୁରୀ ତେଣୁ ବିଜେପିର ସାଂସଦ ପ୍ରାର୍ଥୀ ମାଳବିକା କେଶରୀ ଦେଓ ଏବଂ ନର୍ଲା ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପ୍ରଧାନଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ପ୍ରଚାର ସମୟରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ନର୍ଲା ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନ। ସମସ୍ତ ପ୍ରାର୍ଥୀ ସମର୍ଥକଙ୍କ ଗହଣରେ କରୁଛନ୍ତି ପ୍ରଚାର। ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। ଏହାରି ଭିତରେ ବିଜେପିର ନର୍ଲା ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପ୍ରଧାନ ପ୍ରଚାରକୁ ଜୋରଦାର କରିଥିବା ଦେଖିବାକୁ ମିଳିଛି। ବିଧାୟକ ପ୍ରାର୍ଥୀ ଶ୍ରୀ ପଧାନ ଶୁକ୍ରବାର ରୁପ୍ରା, ମାଣ୍ଡେଲ, ଭିମକେଲା, ମୁଷ୍କୁଟି, ପଲସା ପଡ଼ା, ସାଲିଂ, ଆଲିମ ପ୍ରଭୃତି ଗ୍ରାମକୁ ଯାଇ ଭୋଟ ଭିକ୍ଷା କରିଥିଲେ। ଏହି ପ୍ରଚାର ସମୟରେ ନର୍ଲା ମଣ୍ଡଳ ବିଜେପି ସଭାପତି ପ୍ରଣତୀ ମହାନନ୍ଦ, ସରୋଜ ବୁଦ୍ଧିଆ, ଆଶୁତୋଷ ପାଢ଼ୀ, ଦଶରଥ ସାହୁ ପ୍ରମୁଖଙ୍କ ସହ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ସାମିଲ ହୋଇଥିଲେ।