ଅନୁଭବ ଓ ପୀଡ଼ାରୁ ମୋର ସାହିତ୍ୟ ସୃଷ୍ଟି : ମନୋହର ମୌଲି ବିଶ୍ୱାସ

ସାହିତ୍ୟ ଏକାଡେମୀର କଥାସନ୍ଧି କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋଲକାତା (ରଜତ ବଂଶଲ): କୋଲକାତା ସ୍ଥିତ ସାହିତ୍ୟ ଏକାଡେମୀ ପ୍ରେକ୍ଷାଳୟରେ କଥାସନ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି କଥାକାର ଭାବେ ଯୋଗଦେଇ ନିଜ ସାରସ୍ୱତ ଜୀବନଯାତ୍ରା ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନ କରିବା ସହିତ ସ୍ୱରଚିତ ଗଳ୍ପ ପାଠ କରିଥିଲେ ବିଶିଷ୍ଟ ବଙ୍ଗଳା ଲେଖକ ମନୋହର ମୌଲି ବିଶ୍ୱାସ। କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀ କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ।

Omkar Vasthu
Omkar Vasthu

ନିଜ ସାହିତ୍ୟ ଯାତ୍ରା ସମ୍ପର୍କରେ ଶ୍ରୀ ବିଶ୍ୱାସ କହିଥିଲେ ଯେ, ବ୍ୟକ୍ତିଗତ ଅନୁଭବ ଏବଂ ଭୋଗିଥିବା ପୀଡ଼ା ଓ ଯନ୍ତ୍ରଣା ତାଙ୍କୁ ଲେଖାଲେଖି ପାଇଁ ପ୍ରେରିତ କରିଥିଲା। ନିଜେ ଭୋଗିଥିବା ଦାରିଦ୍ର‌୍ୟ ଏବଂ ସାମାଜିକ ବୈଷମ୍ୟକୁ ଭାଷା ଦେବାପାଇଁ ସେ ଚେଷ୍ଟା କରିଥିଲେ। ମରାଠୀ ଭାଷାର ପ୍ରଗତିଶୀଳ ସାହିତ୍ୟ ସମ୍ଭାର ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ବିଜ୍ଞାନସମ୍ମତ ଓ ଯୁକ୍ତିନିଷ୍ଠ ବିଚାର ଓ ଚେତନା ତାଙ୍କୁ ଉଦ୍‌ବୁଦ୍ଧ କରିଥିଲା। ପରବର୍ତ୍ତୀ ସମୟରେ ଦଳିତ ଚେତନାକୁ ନେଇ ସେ ଗଳ୍ପ, କବିତା ଏବଂ ପ୍ରବନ୍ଧମାନ ରଚନା କରିଥିଲେ। ସୃଜନଶୀଳ ସାହିତ୍ୟ ସୃଷ୍ଟି ସହିତ ସଙ୍ଗଠନ ଏବଂ ପତ୍ରିକା ସଂପାଦନା କ୍ଷେତ୍ରରେ ମଧ୍ୟ ସେ ଯୋଡ଼ି ହୋଇଥିଲେ। ସାହିତ୍ୟ ମାଧ୍ୟମରେ ବୈଷମ୍ୟ ବଦଳରେ ସମାନତା ପ୍ରତିଷ୍ଠା ହେଉ ବୋଲି ସେ ମତ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

ଏଥିସହିତ ସେ ସ୍ୱରଚିତ ବଙ୍ଗଳା ଗଳ୍ପ ‘ଚାନ୍ଦିପୁରେର ଲାଲ କାଁକଡ଼ା’ ପାଠ କରିଥିଲେ। ପରିଶେଷରେ ସେ ଉପସ୍ଥିତ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବଙ୍ଗଳା ସାହିତ୍ୟର ବହୁ ଲେଖକ ଲେଖିକା, ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଏଯାବତ ଶ୍ରୀ ବିଶ୍ୱାସଙ୍କର ଦୁଇଟି ଗଳ୍ପ ସଙ୍କଳନ, ଚାରିଟି କବିତା ସଂକଳନ, ସାତଟି ପ୍ରବନ୍ଧ ପୁସ୍ତକ ଏବଂ ଆତ୍ମଜୀବନୀ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.