ବିଭିନ୍ନ ଗାଁରେ ବିଜେଡ଼ିର ନର୍ଲା ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତିଙ୍କ ଭୋଟ ଭିକ୍ଷା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଇ ୧୩ରେ ହେବ କଳାହାଣ୍ଡି ସାଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ। ସାଧାରଣ ନିର୍ବାଚନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର। ଏହାରି ପୂର୍ବରୁ ସମସ୍ତ ଦଳୀୟ ଏବଂ ସ୍ବାଧିନ ପ୍ରାର୍ଥୀ ନିଜ ନିଜ ପ୍ରଚାର କରିଥିଲେ। ଏହି କ୍ରମରେ ବିଜୁ ଜନତା ଦଳର ନର୍ଲା ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି ମଧ୍ୟ ତାଙ୍କ ପ୍ରଚାର ଅଭିଯାନକୁ ସମାପ୍ତି କରିଛନ୍ତି। ସେ ନର୍ଲା ବ୍ଲକ ମାଣ୍ଡେଲ ପଞ୍ଚାୟତର ମାଣ୍ଡେଲ, ପୁଜିପଦର, ଅସୁରଗଡ଼ ଆଦି ଗ୍ରାମଗୁଡିକରେ ଭୋଟ ଭିକ୍ଷା କରିଥିଲେ। ଏହା ପରେ ନର୍ଲା, ବାଲସିଙ୍ଗା ଓ ସେରଗଡ ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁରେ ପହଞ୍ଚିଥିଲେ। ଗ୍ରାମବାସୀ ଓ ମହିଳାମାନଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ମହିଳାମାନେ ବନ୍ଦାପନା କରିଥିବାବେଳେ ସମସ୍ତଙ୍କ ଆଶିର୍ବାଦ କାମନା କରିଥିଲେ ମନୋରମା। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସେ ଜନତାଙ୍କ ସହଯୋଗ କାମନା କରିବା ସହ ବିଜେଡ଼ିର ବିଧାୟିକା ପ୍ରାର୍ଥୀନୀ ଓ ସାଂସଦ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ଏହି ଅବସରରେ ନିବେଦନ କରିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ୨୦୨୪ ନିର୍ବାଚନରେ ନର୍ଲା ଅଣସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମୋଟ ୧୨ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ଏଥରର ଲଢ଼େଇ ରୋଚକ ମୋଡ଼ରେ ପହଞ୍ଚିଛି ଓ ପ୍ରତିଦ୍ବନ୍ଦିତା ତୀବ୍ର ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.