ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଗୋଟିଏ ମ୍ୟାଚରୁ ବାସନ୍ଦ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଇପିଏଲ ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଛି । ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ ମ୍ୟାଚରେ ଖେଳିବେନି । ଧୀମା ବୋଲିଂ ହାର ଯୋଗୁ ତାଙ୍କୁ ଏହି ଦଣ୍ଡ ପ୍ରଦାନ କରାଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସ ମେ ୭ରେ ରାଜସ୍ଥାନ ବିପକ୍ଷରେ, ଏପ୍ରିଲ ୩ରେ କେକେଆର ଓ ମାର୍ଚ୍ଚ ୨୧ରେ ଚେନ୍ନାଇ ବିପକ୍ଷରେ ଧୀମା ବୋଲିଂ ହାରରେ ପ୍ରଦର୍ଶନ କରିଥିଲେ । ୩ଟି ଯାକ ମ୍ୟାଚରେ ଅଧିନାୟକ ଭାବେ ପନ୍ତଙ୍କୁ ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଆଇପିଏଲ ଆଚାର ସଂହିତା ଅନୁସାରେ ପ୍ରଥମ ଥର ଦୋଷୀ ହେଲେ ୧୨ଲକ୍ଷ ଟଙ୍କା ଜରିମାନା, ଦ୍ୱିତୀୟ ଥର ବେଳକୁ ୨୪ ଲକ୍ଷ ଓ ତୃତୀୟ ଥର ଏହି ଭୁଲ ହେଲେ ଅଧିନାୟକଙ୍କ ଉପରେ ୨୪ ଲକ୍ଷ ଜରିମାନା ଓ ଗୋଟିଏ ମ୍ୟାଚ ବାସନ୍ଦ ଦଣ୍ଡାଦେଶ ଲାଗୁ ହେବ । ମାର୍ଚ୍ଚ ୧୨ରେ ଆରସିବି ବିପକ୍ଷରେ ମ୍ୟାଚରେ ଦିଲ୍ଲୀ ଟିମ ପନ୍ତଙ୍କ ବିନା ପଡିଆକୁ ଓହ୍ଲାଇବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.