କଂଗ୍ରେସର ଯୁବ ନେତା ତଥା ଓକିଲ ବିଭୂତି ଭୂଷଣ ମହାଖୁଡ଼ଙ୍କ ଅକାଳ ବିୟୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ଆଗ ଧାଡ଼ିର ଯୁବନେତା ତଥା ଓକିଲ ବିଭୂତି ଭୂଷଣ ମହାଖୁଡ (୪୯)ଙ୍କ ଅକାଳ ବିୟୋଗ ଘଟିଛି। ପ୍ରାପ୍ତ ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରେ ପରଲୋକ ହୋଇଛି। ସେ ଛାତ୍ର ଜୀବନରୁ କଂଗ୍ରେସ ଦଳରେ ସାମିଲ ହୋଇ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଭାପତି ରହି ସମ୍ପ୍ରତି ଓଡ଼ିଶା କଂଗ୍ରେସର ସଦସ୍ୟ ତଥା ଜିଲ୍ଲା ସମ୍ପାଦକ ରହି ନିଜର ଦାୟିତ୍ଵ ସମ୍ପନ୍ନ କରି ଆସିଥିଲେ। ଚଳିତ ସାଧାରଣ ନିର୍ବାଚନ ରେ ମଧ୍ୟ ନିଜକୁ ସକ୍ରିୟ ଭାବରେ ସାମିଲ କରିଥିବା ବେଳେ ଗତ ଦୁଇ ଦିନ ହେଲା ତାଙ୍କରି ଦେହ ଅସୁସ୍ଥ ହୋଇଥିଲା। ତେବେ ଗତ କାଲି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା ଏବଂ ସେ ସେଠାରେ ରାତି ଦୁଇଟା ତିରିଶ ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଆଜି ତାଙ୍କରି ମର ଶରୀରକୁ ନିଜ ଜନ୍ମ ମାଟି ମ.ରାମପୁର ପଞ୍ଚାୟତ ଗୌଡ଼କେଲା ଅଣାଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ ପାଇଁ ଆସି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ସ୍ବର୍ଗତ ମହାଖୁଡ଼ ମ.ରାମପୁର ଓକିଲ ସଂଘର ସଦସ୍ୟ ଥିବା ସହିତ ଚନ୍ଦ୍ରମଣି ନାଟ୍ୟ ସଂଘର ସହ ସମ୍ପାଦକ, ମ.ରାମପୁର ସାର୍ବଜନୀନ ଦୁର୍ଗା ପୂଜା କମିଟିର ସମ୍ପାଦକ ଓ ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଗୁଡିକର ମୁଖ୍ୟ ସହଯୋଗୀ ରହି ଶେଷ ନିଃଶ୍ୱାସ ଯାଏଁ କାମ କରିଥିଲେ। ଗାଁ ମଶାଣୀରେ ତାଙ୍କରି ଶେଷ କୃତ୍ୟ ସଂପନ୍ନ ହୋଇଛି। ଚିର କୁମାର ରହିଥିବା ସ୍ବର୍ଗତ ମହାଖୁଡଙ୍କ ପିତା ଓ ସାନ ଭାଇଙ୍କ ପରିବାର ଗାଁରେ ରହିଛନ୍ତି। ସ୍ବର୍ଗତ ମହାଖୁଡଙ୍କ ବିୟୋଗରେ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଆବର୍ତ୍ତମାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଓସଯୁବନେତା ଚିତ୍ତରଞ୍ଜନ ମଣ୍ଡଳ (ବାବୁଲି) ଗଭୀର ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.