ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସିରେ ଥୁବା ବିଜେପି କାର୍ଯ୍ୟାଳୟ ପରିସରରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଆସ୍କା ସଂସଦୀୟ ସଂଯୋଜକ ଯଜ୍ଞ ନାରାୟଣ ଦାଶ ଏବଂ ଏନଏସି ନଗର ସଭାପତି କୃଷ୍ଣ ଚନ୍ଦ୍ର ନାୟକଙ୍କ ଉପସ୍ଥିତି ରେ ପୁରୁଷୋତ୍ତମପୁର ବ୍ଲକର ବାଘଳା ପଞ୍ଚାୟତର ଶତାଧିକ ନେତା କର୍ମୀ ଭୀମସେନ ନାୟକଙ୍କ ସମର୍ଥନ ଆସି ବିଜେଡି ପାର୍ଟି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ଷୋଳଘର ପଞ୍ଚାୟତର ଶତାଧିକ କର୍ମୀ ଜଗମୋହନ ପାଣିଗ୍ରାହୀଙ୍କ ସମର୍ଥନରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏହା ଉପରେ ବିଜେପି ପାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ମତ – ‘ଏହି ସବୁ ପଞ୍ଚାୟତର ନେତା କର୍ମୀ ମାନଙ୍କ ଯୋଗ ଦାନ ଏବଂ ମିଶ୍ରଣ ଯୋଗୁଁ ମୋର ଭୋଟ ହାର ବଢିବ ଏବଂ ଆମେ ନିଶ୍ଚିତ ଜୟଯୁକ୍ତ ହେବୁ।’ ତେବେ ଆଜିର ଏହି ମିଶ୍ରଣ ପର୍ବରେ ଯୋଗଦେଇଥିବା ନେତା କର୍ମୀ ମାନେ ହେଲେ ବାଘଳାର ଭୀମସେନ ନାୟକ, ଗୋପାଳ କୃଷ୍ଣ ପ୍ରଧାନ, ରମେଶ ଚନ୍ଦ୍ର ପ୍ରଧାନ, ଗଣପତି ମଣ୍ଡଳ, ରଘୁନାଥ ନାହାକ, ସନ୍ୟାସୀ ପ୍ରଧାନ, ନିରଞ୍ଜନ ନାୟକ, ରବୀନ୍ଦ୍ର ପ୍ରଧାନ, ବନମାଳୀ ବାହକ, ନିରାକାର ନାହାକ, ସନ୍ତୋଷ ନାହାକ ପ୍ରମୁଖ। ସେହିପରି ଷୋଳଘର ପଞ୍ଚାୟତର ଜଗମୋହନ ପାଣିଗ୍ରାହୀ, ପ୍ୟାରୀମୋହନ ସେଠୀ, କେଦାର ନାଥ ସାହୁ, ଜଗମୋହନ ପାଣିଗ୍ରାହୀଙ୍କ ସହ ବହୁ କର୍ମକର୍ତ୍ତା ଓ ନେତା ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।