ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଂଗ୍ରେସର ଯୁବ ନେତା ତଥା ଓକିଲ ସଂଘ ସଦସ୍ୟ ବିଭୂତି ଭୂଷଣ ମହାଖୁଡ଼ଙ୍କ ବିୟୋଗରେ ରବିବାର ମ.ରାମପୁର ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘ ସଭାପତି ଜୟ କୁମାର ସିଂହଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶୋକସଭାରେ ନୀରବ ପ୍ରାର୍ଥନା ସହିତ ସ୍ବର୍ଗତ ମହାଖୁଡ଼ଙ୍କ ସ୍ମୃତି ଚାରଣ କରାଯାଇଥିଲେ। ଏଥିରେ ଓକିଲ ସଂଘର ସମ୍ପାଦକ ଯତୀନ କୁମାର ସାହୁ, ହିତେନ୍ଦ୍ର ମହାନ୍ତି, ବିରଞ୍ଚି ନାରାୟଣ ଶତପଥୀ, ରାମେଶ୍ବର ତ୍ରିପାଠୀ, ସୁଜାତା ସିଂହଦେଓ, ରୁଦ୍ର ପ୍ରସାଦ ମହାନ୍ତି, ରାକେଶ କୁମାର ଶତପଥୀ, ଆଶିଷ ମିଶ୍ର, ବଜରଙ୍ଗ ଲାଲ ଅଗ୍ରୱାଲ, କମ୍ବୁପାଣି ସାହୁ, ଦଶରଥ ସାହୁ ଉପସ୍ଥିତ ରହିଥିବାବେଳେ ଓକିଲ ସଂଘ କିରାଣୀ ଜଳେଶ୍ଵର ହେର୍ଣ୍ଣା ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।