ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାର ୪ ଲୋକସଭା ଆସନରେ ଭୋଟିଂ ଆରମ୍ଭ। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ଚାଲିଛି ମତଦାନ। କଳାହାଣ୍ଡି ସଂସଦୀୟ କ୍ଷେତ୍ରର ନୂଆପଡ଼ା, ଖଡ଼ିଆଳ, ଧର୍ମଗଡ଼, ଜୁନାଗଡ଼, ଭବାନୀପାଟଣା, ଲାଞ୍ଜିଗଡ଼ ଓ ନର୍ଲା ଆଦି ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟିଂ ଆରମ୍ଭ ହୋଇଛି। ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନରେ ମତଦାନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଭୋଟର। ଶାନ୍ତି ଶୃଙ୍ଖଳର ସହ ସମସ୍ତ ବୁଥ୍ ରେ ଭୋଟିଂ ଚାଲିଥିବା ସୂଚନା ରହିଛି।