ଚାଲିଛି ମତଦାନ : ଭୋଟ୍ ଦେଲେ ମନୋରମା ମହାନ୍ତି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ମଇ ୧୩ ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ଚାଲିଛି ଭୋଟିଂ। କଳାହାଣ୍ଡି ସଂସଦୀୟ କ୍ଷେତ୍ରର ନୂଆପଡ଼ା, ଖଡ଼ିଆଳ, ଧର୍ମଗଡ଼, ଜୁନାଗଡ଼, ଭବାନୀପାଟଣା, ଲାଞ୍ଜିଗଡ଼ ଓ ନର୍ଲା ଆଦି ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଶାନ୍ତି ଶୃଙ୍ଖଳାର ସହ ଚାଲିଛି। ନର୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ ରେ ମଧ୍ୟ ଭୋଟିଂ ଆରମ୍ଭ ହୋଇଛି। ଏହି କ୍ରମରେ ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମତଦାନ କରିଛନ୍ତି ମନୋରମା ମହାନ୍ତି। ଚଳିତ ନିର୍ବାଚନରେ ବିଜେଡ଼ିର ନର୍ଲା ବିଧାୟିକା ପ୍ରାର୍ଥୀନୀ ଭାବେ ଲଢ଼େଇ କରୁଥିବା ମନୋରମା ଭୋଟ୍ ଦେବାପରେ ବେଶ୍ ଉତ୍ସାହିତ ଅଛନ୍ତି। ଗଣତନ୍ତ୍ରର  ମହାପର୍ବ ସାଧାରଣ ନିର୍ବାଚନରେ ସମସ୍ତେ ସାମିଲ ହୋଇ ଭୋଟ ଦାନ କରିବାକୁ ଏହି ଅବସରରେ ନିବେଦନ କରିଛନ୍ତି ଶ୍ରୀମତୀ ମହାନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.