ଆଇପିଏଲ ସଟ୍ଟା ବେଟିଂରେ ଉବୁଡୁବୁ ଜୁନାଗଡ଼ ସହର

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହର ଆଇପିଏଲ ସଟ୍ଟା ବେଟିଂରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳୁଛି। ରାତାରାତି କୋଟିପତି ହେବା ନିଶାରେ ଲୋକେ ସ୍ୱର୍ବଶାନ୍ତ ହେଉଛନ୍ତି। ଆଇପିଏଲ ଯୋଗୁଁ ଲୋକେ ଘର ଦ୍ୱାର ଜମିବାଡ଼ି ବିକ୍ରି କରିଦେଉଥିବା ନଜରକୁ ଆସୁଛି। ଏହି ରାକେଟର ଚେର କଳାହାଣ୍ଡିରୁ ଟିଟିଲାଗଡ ରାୟପୁରକୁ ଲମ୍ବିବା ଘଟଣା ସାଧାରଣରେ ଉଦବେଗର ବିଷୟ ହୋଇଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼, ଜୟପାଟଣା, କେସିଙ୍ଗା, କଲମପୁର,କୋକସରା, ସମେତ ବିଭିନ୍ନ ସହରରେ ପ୍ରତିଦିନ ଆଇପିଏଲ କ୍ରିକେଟ ବେଟିଂ ଦେଖିବାକୁ ମିଳୁଛି। ଆଇପିଏଲର ୨ ପ୍ରତିପକ୍ଷ ଟିମରେ କିଏ ଜିତିବ, କିଏ ହାରିବ ସେନେଇ ଟଙ୍କା ବୋଲି ଲଗାଯାଉଛି। ସେହିଭଳି ପ୍ରତି ଓଭର, ଛକା, ଉଇକେଟ, କ୍ୟାଚ, ଦଳଗତ ରନ ସ୍କୋର, ବ୍ୟାଟ୍ସମାନ ମାନଙ୍କ ବ୍ୟକ୍ତିଗତ ରନ ସ୍କୋରରେ ଲୋକେ ଟଙ୍କା ଲଗାଉଛନ୍ତି। ଯେଉଁ ଟିମ ରେ ଲୋକେ ଟଙ୍କା ଲଗାଉଛନ୍ତି ୨ ରୁ ୮୦ ଗୁଣ ଟଙ୍କା ମିଳିବ। ଯଦି ସେହି ଟିମ ହାରିଯାଏ ତେବେ ଟଙ୍କା ଲଗାଇଥିବା ଲୋକ ସ୍ୱର୍ବଶାନ୍ତ ହେଉଛନ୍ତି। ବର୍ତ୍ତମାନ ଛୋଟ ଛୋଟ ବୁକିମାନେ ଲକ୍ଷ ଲକ୍ଷ ଟଙ୍କାର ଖେଳ କରୁଛନ୍ତି। ଏହି ବେଟିଂ ଟିଟିଲାଗଡ଼ ଓ ରାୟପୁରରୁ କଣ୍ଟ୍ରୋଲ ହେଉଛି। ଫୋନ ମାଧ୍ୟମରେ ଏହି ଖେଳ ଚାଲୁଥିବା ବେଳେ ପୁଲିସ ନିଦାବିଷ୍ଣୁ ସାଜିଛି। ଜିଲ୍ଲାର ମହିଳା ମାନେ ମଧ୍ୟ ବେଟିଂ ଲଗାଉଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଜିଲ୍ଲାର ଜୁନାଗଡ଼ ଠାରୁ ହିଁ ଏହି ଆଇପିଏଲ ବେଟିଂ ସଟ୍ଟା କଣ୍ଟ୍ରୋଲ ହେଉଥିବା ଜଣାପଡିଛି। ସହରର ସମ୍ଭ୍ରାନ୍ତ ପରିବାରର ଜଣେ ଯୁବକ ଏହି ସଟ୍ଟା ବେଟିଂକୁ କଣ୍ଟ୍ରୋଲ କରୁଥିବା ଅଭିଯୋଗ ହେଉଛି। ଆଉ ଏହି ନେଟୱାର୍କ ଭବାନୀପାଟଣା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି ଦେଇ ରାୟପୁରକୁ ଲମ୍ବିଛି। ଜୁନାଗଡ଼ ପୁଲିସ ମଧ୍ୟ ଏ ବାବଦରେ ଅଜ୍ଞ ଥିବା ଜଣାପଡିଛି। ମୋବାଇଲରେ ଖେଳ ଯୋଗୁଁ ପୁଲିସର ହାତ ମଧ୍ୟ ପାଇପାରୁ ନାହିଁ। ବର୍ତ୍ତମାନ ଏହି ବେଟିଂରେ ଧନୀ ଶ୍ରେଣୀର ଯୁବକମାନେ ଟଙ୍କା ଲଗାଉଛନ୍ତି। ଆଇପିଏଲ ଯୋଗୁଁ ବହୁ ଯୁବକ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି। ଏନେଇ କଳାହାଣ୍ଡି ପୁଲିସ ପ୍ରଶାସନ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଚଢ଼ାଉ କଲେ ଏହି ରାକେଟ ର ପର୍ଦ୍ଧାଫାସ ହୋଇପାରନ୍ତା ବୋଲି ସାଧାରଣରେ ଦାବୀ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.