ଆସନ୍ତାକାଲି ପ୍ରକାଶିତ ହେବ ଯୁକ୍ତ ତିନି ପରୀକ୍ଷା ଫଳ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମହାବିଦ୍ୟାଳୟ ଗୁଡିକର ଷଷ୍ଠ ସେମିଷ୍ଟାରର (ରେଗୁଲାର ଓ ବ୍ୟାକ) ପରୀକ୍ଷା ଫଳ ଆସନ୍ତାକାଲି ତଥା ତା ୨୮-୦୫-୨୦୨୪ ରିଖରେ ପ୍ରକାଶିତ ହେବା ନେଇ ସୂଚିତ କରାଯାଇଛି। ପରୀକ୍ଷା ଫଳାଫଳ ଦିନ ତିନିଟାରେ ଓ୍ବେବସାଇଟ- www.orissaresults.nic.in ରେ ଉପଲବ୍ଧ ହେବାନେଇ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରଣ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀମାନେ ଉପରୋକ୍ତ ଓ୍ବେବସାଇଟକୁ ଯାଇ ନିଜ ରୋଲ ନମ୍ବର ସାହାଯ୍ଯରେ ପରୀକ୍ଷା ଫଳ ଜାଣିପାରିବେ। ଏଥିସହ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଆଗାମୀ ଦିନରେ ଏକ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଆଶାବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.