ଚାଷ ଜମିକୁ ପହଞ୍ଚି ପାରିଲାନି ପାଣି, ମରିଗଲା ଧାନ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭଇଁରିଗୁଡା ଗ୍ରାମର ଚାଷୀ ମାନଙ୍କ ଜମିରେ ପାଣି ପହଞ୍ଚି ପାରିଲାନି। ମରିଗଲା ରବି ଋତୁର ଧାନ, ଶେଷରେ ଧାର କରଜ କରି ଚାଷ କରିଥିବା ଜମିରେ ଗାଈ ଚରିବା ଘଟଣା ସାଧାରଣରେ ଉଦବେଗର ପ୍ରକାଶ ପାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କୁନାଗଡ଼ ବ୍ଲକ ଭଇଁରିଗୁଡା ଗ୍ରାମର ଚାଷୀ ଅଶ୍ୱିନୀ ରଣା ୧ ଏକର ୫୦ ଡ଼ିସିମିଲରେ ଧାନ ଚାଷ କରିଥିଲେ। ସେହିଭଳି କେଶବ ରଣା ୨ ଏକର ୩୦ ଡ଼ିସିମିଲ, ସୁବାସ ରଣା ୯୩ ଡ଼ିସିମିଲ, ପବିତ୍ର ରଣା,ଦୁର୍ଯ୍ୟୋଧନ ରଣା ପ୍ରମୁଖ ଧାର କରଜ କରି ଚାଷ କରିଥିଲେ। ଚାଷୀ ଆରମ୍ଭ ପୂର୍ବରୁ ଏହି ଚାଷୀମାନଙ୍କୁ ଏଲଆଇ ପଏଣ୍ଟ ମାଧ୍ୟମରେ ପାଣି ଯୋଗାଇ ଦିଆଗଲା। ପରେ ଆଉ ପାଣି ଦିଆଗଲାନାହିଁ। ଫଳରେ ଚାଷୀ ମାନଙ୍କ ଧାନ ପାଣି ଅଭାବରୁ ମରିଗଲା। ଆଜି ବାଧ୍ୟ ହୋଇ ଚାଷୀମାନେ ନିଜ ଚାଷ ଜମିରେ ଗାଈ ଗୋରୁ ଛାଡ଼ି ଦେଇଥିଲେ। ଏହି ଅଞ୍ଚଳରେ ଥିବା ଏଲଆଇ ପଏଣ୍ଟ ଦ୍ଵାରା ଚଳିତ ରବି ଋତୁର ୫୦ ଏକର ଜମିରେ ପାଣି ପହଞ୍ଚାଇବା ପାଇଁ ଧାର୍ଯ୍ୟ କରାଯାଇଥିଲା। ହେଲେ ୩୫ ଏକର ଜମି ଚାଷ କରାଯାଇଥିଲା। ତଥାପି ଏତେ କମ ଏକର ଜମିରେ ଚାଷ ପରେ ମଧ୍ୟ ଚାଷୀଙ୍କୁ ପାଣି ନ ମିଳିବା ନେଇ ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ତୁରନ୍ତ ପ୍ରଶାସନ ତଦନ୍ତ କରି ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.