ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ତ ଆଇଁଲି ଗ୍ରାମର ଦିଶାରି ପଡ଼ା ଛକ ଠାରୁ ଦିଶାରି ପଡ଼ା ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଥିବା ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଇଛନ୍ତି ସାଧାରଣ ଲୋକେ l ବର୍ଷା ଦିନରେ ପଡ଼ା ବାସି ଓ ଛାତ୍ର ଛାତ୍ରୀ ମାନଙ୍କୁ ଆଣ୍ଠୁଏ କାଦୁଅ ପାରହୋଇ ନିଜର କର୍ମ କ୍ଷେତ୍ର, ବିଦ୍ୟାଲୟ ଓ ସ୍ଵାସ୍ଥ୍ୟ କେନ୍ଦ୍ର ଯିବାକୁ ପଡ଼ିଥାଏ । ଏହି ରାସ୍ତାର ଉନ୍ନତିକରଣ ପାଇଁ ଦୀର୍ଘ ୨୫ ବର୍ଷରୁ ଅଧିକ ହେବ ବାରମ୍ୱାର ଗ୍ରାମ ପଞ୍ଚାୟତ ଅଧିକାରୀ ଙ୍କୁ ଅବଗତ କରାଉଥିବା ସତ୍ତ୍ୱେ ମଧ୍ୟ ଅଣ ଦେଖା କରି ଆସୁଛନ୍ତି । ଏନେଇ ବୁଧବାର ଦିନ ସମାଜ ସେବି ପ୍ରଧାନି ବାଗଙ୍କ ନେତୃତ୍ଵରେ ଆଇଁଲି ଗ୍ରାମର ଦିଶାରି ପଡ଼ା ଛକ ଠାରୁ ଦିଶାରି ପଡ଼ା ପର୍ଯ୍ୟନ୍ତ ପକ୍କା ରାସ୍ତାର ବ୍ୟବସ୍ଥା ଓ ଦିର୍ଘ ଦିନରୁ ଲଡୁଗାଁ ଗ୍ରାମ କୁ ପାଇପ ମାଧ୍ୟମ ରେ ପିଇବା ପାଣି ବ୍ୟବସ୍ଥା ଠପ୍ ହୋଇ ଥିବାରୁ କୋକସରା ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ସାକ୍ଷାତ କରି ସମସ୍ୟା ଗୁଡ଼ିକର ଶୀଘ୍ର ସମାଧାନ କରିବା ନିମନ୍ତେ ଅବଗତ କରାଯାଇଛି l ଅଭିଯୋଗ ପତ୍ର ଦେବା ସମୟରେ ଚନ୍ଦ୍ରିକା ମାଝୀ, ଜନେକ ଦିଶାରି, ଡାଳିମ୍ବ ମାଝୀ, ଜୟମନି ମାଝୀ, ଜୟନ୍ତି ମାଝୀ, ବରୁଣ ରାଉତ, ତିଳତମା ମାଝୀ, ରଏନି ଶବର, ଯୋଷ୍ଣା ଶବର, ଭବାନୀ ମାଝୀ, ଗୋଲାପ ମାଝୀ, ଫାଲଗୁନି ବାଣୁଆ ଓ ଜିତେନ୍ଦ୍ର ଶବର ପ୍ରମୁଖ ଉପସ୍ଥିତ ଥିଲେ l ଏହି ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ବିଡ଼ିଓ ସ୍ନେହ ପ୍ରଭା ମାଝୀ ପ୍ରତିଶୃତି ଦେଇ ଥିବାରୁ ଲୋକେ ଖୁସି ବ୍ୟକ୍ତ କରିଛନ୍ତି l