ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ
ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆଜି ସୋନପୁର ପାନ୍ଥ ନିବାସ ନିକଟସ୍ଥ ବହୂ ମୁଖି ବନ୍ୟା ଆଶ୍ରୟ ସ୍ଥଳୀରେ ସାମୂହିକ ଅଭ୍ୟାସ କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇଥିଲା। ପିଡି ଡୁଡ଼ା ଶ୍ରୀ ବିଶ୍ଵନାଥ ବାରିକ୍ ଏହି ସଚେତନତା ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାରେ ବନ୍ୟା ବାତ୍ୟା ସମେତ ପ୍ରାକୃତିକ ବିପର୍ଯ୍ୟୟର କିଭଳି ସହଜ ରେ ମୁକାବିଲା କରି ପାରିବା ଏଥି ପାଇଁ ରାଜସ୍ବ, ଅଗ୍ନିଶମ, ପୌର କର୍ମଚାରୀ ଓ ପ୍ରଶାସନ ର ସମସ୍ତ ବିଭାଗ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଉଦ୍ୟମ ଜରୁରୀ ବୋଲି ମତ ରଖି ପୂର୍ବ ବନ୍ୟା ବାତ୍ୟା ସମୟର ଅନୁଭୂତି ପ୍ରକାଶ କରିଥଲେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ନିର୍ଦ୍ଦେଶରେ ସୋନପୁର ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଈଂ ମନୋରଞ୍ଜନ ପଣ୍ଡା ଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୋନପୁର ତହସିଲଦାର ରିତାରାଣୀ ପୁଝାରୀ ଯୋଗ ଦେଇ ଜିରୋ କାଜୁଆଲିଟି ହେଉଛି ସରକାରଙ୍କ ଲକ୍ଷ୍ୟ ବୋଲି ମତ ପ୍ରକାଶ କରି ବନ୍ୟା ବାତ୍ୟାରେ ଯେମିତି ଜିଲ୍ଲାରେ ଗୋଟିଏ ବି ବହୁମୂଲ୍ୟ ଧନ ଜୀବନ ନଷ୍ଟ ନ ହେବ ସେଥି ପ୍ରତି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଶ୍ରୀମତୀ ପୂଜାରୀ କହିଥିଲେ। ଓ ଗ୍ରାମାଞ୍ଚଳରୁ ଜିଲ୍ଲା ଓ ରାଜ୍ଯ ସ୍ତରକୁ କିଭଳି ତୁରନ୍ତ ସମସ୍ତ ସୂଚନା ଦେଇପାରିବା ସେଥି ପ୍ରତି ସଜାଗ ରହିଛୁ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, କାଉନସିଲର ଗଙ୍ଗା ତରିଆ, ବନିତା ପଶାୟତ, ଅଗ୍ନିଶମ ବିଭାଗ ଅଧିକାରୀ ଓ ଜନ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ଆୟୁବ ଖାଁ ଯୋଗ ଦେଇ ଉପସ୍ଥିତ ସ୍ୱଚ୍ଛ ସାଥୀ ସମସ୍ତ ବିଭାଗ ଅଧିକାରୀ କର୍ମଚାରୀଙ୍କୁ ସଚେତନ କରାଇଥିଲେ। ବନ୍ୟା ବାତ୍ୟା ବିଜୁଳି ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ଅଗ୍ନିଶମ ବାହିନୀର କର୍ମଚାରୀ ଡେମୋ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସଭାରେ ସୋନପୁର ଆର୍ ଆଇ ଶ୍ରୀ ସୁଧିର ପାଣ୍ଡିଆ, ଇଞ୍ଜିନିୟର କାହ୍ନୁ ଚରଣ ସ୍ବାଇଁ, ଅଶୋକ ପ୍ରଧାନ, ଶ୍ରୀ ମୁର୍ମୁ, ଶାଶ୍ଵତ ଠାକୁର, ବିଶ୍ୱଜିତ୍ ମିଶ୍ର, ସ୍ବଚ୍ଛ ସୁପର ଭାଇଜର ମାନିନୀ ମିଶ୍ରଙ୍କ ସମେତ ପୌର ସାନିଟାରୀ କର୍ମଚାରୀ ଓ ବିଭିନ୍ନ ବିଭାଗ ର ବହୂ କର୍ମଚାରୀ ଓ ମହିଳା ଯୋଗ ଦେଇ ସହଯୋଗ କରିଥିଲେ।