ନର୍ଲା ବ୍ଲକର ନୂତନ ଆଦିସ୍କନ୍ଦ ସମାଜ କମିଟି ଗଠନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଅସୁରଗଡ ବୀର କମଳ ମୈଦାନ ଠାରେ ଆଦିସ୍କନ୍ଦ ସମାଜର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକର ପୂରାତନ ଆଦିସ୍କନ୍ଦ ସମାଜର କାର୍ଯ୍ୟକାଳ ପୂରିଯାଇ ଥିବାରୁ ସଭାପତି ଅନ୍ତରାମ ମାଝୀ ନୂତନ ସଭାପତି ଝସକେତନ ମାଝୀଙ୍କୁ ଦାଇତ୍ୱ ଅର୍ପଣ କରିଥିଲେ। ଆଜିର ଏହି ବୈଠକରେ ଅସ୍ଥାୟୀ ସଭାପତି ନୌକା ମାଝୀଙ୍କ ନେତୃତ୍ୱରେ ନୂତନ କମିଟି ଗଠନ କରାଯାଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଆଦିସ୍କନ୍ଦ ସମାଜର ଉପସଭାପତି ପ୍ରକାଶ ମାଝୀ, ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀ, ଉପସଭାପତି ବୀରକିଶୋର ମାଝୀ, ସୁଦର୍ଶନ ଭୋଇ, ଅନ୍ତରାମ ମାଝୀ, ମାୟାଧର ମାଝୀ, କିଶୋର ମାଝୀ, ଦକ୍ଷରାଜ ମାଝୀ, ଯୋଗୀନ୍ଦ୍ର ମାଝୀ, ମନୋଜ ମାଝୀ, ଦୂର୍ଯ୍ୟୋଧନ ମାଝୀ, ଅମର ସିଂ ମାଝୀ, ବରୁଣ ମାଝୀ, କୈଳାସ ମାଝୀ, ଭାସ୍କର ଭୋଇ, ଦେବରାଜ ମାଝୀ, ଛବିରାଜ ମାଝୀ, ବିଦୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.