ମାଁ ମାଣିକେଶ୍ବରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ବଲାଙ୍ଗୀର ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଟକର୍ଲା ପଞ୍ଚାୟତ ଅନ୍ତର୍ଗତ ଆଲିମ ଠାରେ ଚାଲିଥିବା ମାଁ ମାଣିକେଶ୍ବରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହାର ଫାଇନାଲ ମ୍ୟାଚ ମଦନପୁର ରାମପୁର ବ୍ଲକର ମୁଡିଙ୍ଗ ଏବଂ ସିଣ୍ଟା ଡିଜେ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସିଣ୍ଟା ଡିଜେ ବଲାଙ୍ଗୀର ଉତ୍ତମ ପ୍ରଦର୍ଶନ କରି ମୁଡିଙ୍ଗ ଟିମକୁ ହରାଇ ଚମ୍ପିୟାନ ହୋଇଛି। ମାଁ ମାଣିକେଶ୍ବରୀ କ୍ରିକେଟ ଆଲିମ ପକ୍ଷରୁ ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ଜୋନ୍-୨ ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସମ୍ମାନିତ ଅତିଥି ଭାବେ ଜଗବୀର ସିଂ, ଧିରେନ୍ଦ୍ର ରଥ ଓ ସୁନିଲ ସାହୁ ଯୋଗଦେଇ ବିଜେତା ବଲାଙ୍ଗୀର ଓ ଉପବିଜେତା ମୁଡିଙ୍ଗ ଦଳକୁ ଟ୍ରଫି, ମାନପତ୍ର ଏବଂ ଅର୍ଥରାଶି ଦେଇ ପୁରସ୍କୃତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଶତାଧିକ କ୍ରିଡ଼ାପ୍ରେମୀ ଯୋଗଦେଇ ଖେଳକୁ ଉପଭୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.