କଣ୍ଟାମାଲ ବିଧାୟକଙ୍କ ବରଗୋଛା ଗସ୍ତ, ବିଭିନ୍ନ କାର୍ଯ୍ୟରେ ଯୋଗଦାନ

ଓଡ଼ିଆ ବାର୍ତ୍ତା/ କଣ୍ଟାମାଲ (ମମତା ମହାକୁର): କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ବ୍ଲକର ବରଗୋଛା ଗ୍ରାମପଞ୍ଚାୟତ ଗସ୍ତ କରି ଲକ୍ଷ୍ମୀ ସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ଏହାର ଉନ୍ନତି ପାଇଁ ଉଦ୍ୟମ କରିବା ସହ ଚାଷୀମାନେ କିପରି ଲାଭବାନ ହୋଇପାରିବେ, ସେ ସମ୍ପର୍କରେ ଆଲୋଚନା କରିଥିଲେ।

ଏହା ସହିତ ଜଳବାୟୁ ପରିବର୍ତ୍ତନ କିପରି ଜୀବନଶୈଳୀକୁ ପ୍ରଭାବିତ କରିବା ସହ ଠିକ ସମୟରେ ବର୍ଷା ହେବାରେ ବାଧା ଉପୁଜିଛି ସେ ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ ଏବଂ ସମସ୍ତେ ବୃକ୍ଷ ରୋପଣରେ ନିଜକୁ ସାମିଲ କରିବାକୁ ପରାମର୍ଶ ଦେଇ ବୃକ୍ଷ ରୋପଣରେ ନିଜକୁ ସାମିଲ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ତଥା ରାଜ୍ୟ ବୟନିକାର ପ୍ରାକ୍ତନ ସଭାପତି ଶେଷ କୁମାର ମେହେର, ବିଜେପି ନେତା ଶାନ୍ତନୁ ଥାଟି ଓ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷକ, କୃଷକ ପ୍ରମୁଖ ଯୋଗଦେଇ ବିଧାୟକଙ୍କ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.