ନୂଆପଡା ସଦର ଉପ ପୋଷ୍ଟ ଅଫିସରେ ମିଳୁନି ଏଜି ଫର୍ମ ଓ ପୋଷ୍ଟ କାର୍ଡ 

ଅଭିଯୋଗ ଉଠାଇବା ସହ ଉପ ପୋଷ୍ଟ ଅଫିସରୁ ‘ଜିଲ୍ଲା ପୋଷ୍ଟ ଅଫିସ’ ମାନ୍ୟତା ଦେବାକୁ ଦାବିକଲେ ବରିଷ୍ଠ ଆଇନଜୀବି କ୍ଷୀତିଶ ବୋଧଙ୍କର

ନୂଆପଡା,୨/୭ : ନୂଆପଡା ଜିଲ୍ଲା ଗଠନ ହୋଇ ୨୬ ବର୍ଷ ହେଲାଣି କିନ୍ତୁ ଲୋକ ଆଜି ମଧ୍ୟ ମୌଳିକ ସୁବିଧା ଏବଂ ଛୋଟ ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଛନ୍ତି । ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେଲେ ଏହି ସମସ୍ୟା ସବୁ ହୁଅନ୍ତା ନାହିଁ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ସେମିତି ଏକ ଅଭିଯୋଗ ଆସିଛି ନୂଆପଡା ସଦର ଉପ ପୋଷ୍ଟ ଅଫିସକୁ ନେଇ ।

ଏହି ପୋଷ୍ଟ ଅଫିସରେ ଏଜି ଫର୍ମ ଏବଂ ପୋଷ୍ଟ କାର୍ଡ ମିଳୁନାହିଁ ତେଣୁ ଜନତା ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ବୋଲି ଅଭିଯୋଗ ହୋଇଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ, ବରିଷ୍ଠ ଆଇନଜୀବୀ କ୍ଷୀତୀଶ ବୋଧଙ୍କର ଉକ୍ତ ଫର୍ମ ନ ମିଳିବାରୁ ନିଜ ପ୍ରୟାସରେ ଗଣମାଧ୍ୟମ ଏବଂ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଉପ ପୋଷ୍ଟ ଅଫିସ ହୋଇ ଥିବାରୁ ଜନସାଧାରଣ ଅନେକ ସରକାରୀ ସୁବିଧା ରୁ ବଞ୍ଚିତ ହେଉଥିବାରୁ ଏହାକୁ ଜିଲ୍ଲା ପୋଷ୍ଟ ଅଫିସ ମାନ୍ୟତା ଦିଆଯାଉ ବୋଲି ସେ ଦାବି କରିଛନ୍ତି । ଏହା ସହ ଯଦି ପ୍ରଶାସନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଆଗାମୀ ଦିନ ରେ ଆନ୍ଦୋଳନ ହେବ ବୋଲି ସୂଚନା ମଧ୍ୟ ଦେଇଛନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

 

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.