ପ୍ରତାପୁର ହାଇସ୍କୁଲର ଅପଗ୍ରେଡ଼ ଯୁକ୍ତ ଦୁଈ କଲେଜରେ ଅଧ୍ୟାପକ ଅଧ୍ୟାପିକା ନିଯୁକ୍ତି

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଛକଠାରେଥିବା ରଙ୍ଗଭାଟଲା ତୁମ୍ବନାଥ ବିଦ୍ୟା ପୀଠ କୁ ରାଜ୍ୟ ସରକାର ରାଜ୍ୟର 79 ଗୋଟି ଯୁକ୍ତ ଦୁଈ ଅପଗ୍ରେଡ଼ ସ୍କୁଲ ଖୋଲିବାକୁନିର୍ଦ୍ଧେଶ ଦେଇଥିଲେ | ସେ ମଧ୍ୟରୁ ପୁରୁଷୋତ୍ତମପୁର ବ୍ଲକ ରେ ଏକମାତ୍ର ଉପଗ୍ରେଡ଼ ଯୁକ୍ତ ଦୁଈ ସ୍କୁଲ ରୂପେ 2023/ 24– ବର୍ଷ ପାଇଁଘୋଷଣା କରିଛନ୍ତି |1963 ମସିହା ରେ ଆରମ୍ଭ ହୋଇ ଥିବା ଏହି ସ୍କୁଲ ରେ ରାଜ୍ୟ ସରକାର ଉପ ଗ୍ରେଡ଼ ଯୁକ୍ତ ଦୁଈ କ୍ଲାସ ଖୋଲି ଥିବାରୁ ଗ୍ରାମବାସୀ ଓ ଅଞ୍ଚଳ ବାସି, ପରିଚାଳନା ସଭାପତି,ସଦସ୍ୟ କମିଟି ଏବଂ ପ୍ରଧାନ ଶିକ୍ଷତ୍ରି ଙ୍କ ସହ ସବୁ ସ୍କୁଲ ଷ୍ଟାଫ ସରକାର ଙ୍କୁ ଧନ୍ୟବାଦ ଜଣାଇ ଛନ୍ତି |

Omkar Vasthu
Omkar Vasthu

ଏହାସହ ଏହିବର୍ଷ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ା ପାଇଁ ଚୁକ୍ତି ଭିତ୍ତିକ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ମିନାକ୍ଷୀ ନାୟକ ଓ ପରିଚାଳନା କମିଟି ପକ୍ଷରୁ ନିହାର କୁମାର ଦାଶ, ବିନାୟକ ଆଚାର୍ଯ୍ୟ, କେ ଗୁରୁମୂର୍ତ୍ତି ପ୍ରଧାନ, ବିପିନଚନ୍ଦ୍ର ମହାପାତ୍ର, ଙ୍କ ଉପସ୍ଥିତି ରେ ନିଯୁକ୍ତି ପତ୍ର ଡିଆ ଯାଇଛି | ସେହି ଶିକ୍ଷକ, ଶିକ୍ଷୟତ୍ରୀ ମାନେ ହେଲେ, ରୁପାଲୀ ସାହୁ ( ପାଲଟିକାଲ ସାଇନ୍ସ, ) ପୁଷ୍ପା ଞ୍ଜଳୀ ପଣ୍ଡା( ଇକୋନୋମିକ୍ସ ) ମାନସ ରଞ୍ଜନ ପ୍ରଧାନ (ଓଡ଼ିଆ ) ପିଙ୍କି ମଣ୍ଡକ (ଇତିହାସ )ଦିପୁ ବେହେରା ( ଓଡ଼ିଆ ) ଇତି ମହାପାତ୍ର,(ଇଂଲିଶ )ଯୋଗ ଦେଇ ପିଲାଙ୍କ ଏହି ଯୁକ୍ତ ଦୁଈ ପାଠ ପଢ଼ା ଆଜିଠାରୁ ଆରମ୍ଭ କରିଛନ୍ତି | ଏହି ଗ୍ରାମରେ ପ୍ରଭୁ ରାମଚନ୍ଦ୍ର ଙ୍କ ପୂଜିତ ଶୈବ ପୀଠ ଏବଂ ଉତ୍ତରା ଭିମୁଖୀ ଋଷିକୁଲ୍ୟା ନଦୀ ପ୍ରବାହିତ ହେଉଛି | ଏହିଭଳି ଏକ ସ୍ଥାନରେ ରାଜ୍ୟ ସରକାର ଗରିବ ପିଲାମାନଙ୍କ ଉଚ୍ଚ ଶିକ୍ଷା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ସେଥିପାଇଁ ସମସ୍ତେ କୃତଂଜ୍ଞତା ଜ୍ଞାପନ କରିଛନ୍ତି |

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.