ଭାନପୁରରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଗ୍ରାମସଭା

ପ୍ରତି ଗାଁର ସ୍ବୟଂ ସହାୟକ ଗୋଷ୍ଠୀ ଘର ଘର ବୁଲି ବର୍ଜ୍ୟ ବସ୍ତୁ ସଂଗ୍ରହ କରିବେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଂଚାୟତରେ ସରପଞ୍ଚ ଅନନ୍ତ ରାମ ମାଝୀଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଞ୍ଚାୟତ ପରିସରରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଗ୍ରାମ ସଭା ଅନୁଷ୍ଠିତ ହୋଯାଇଅଛି। ଏଥିରେ ଗ୍ରାମ ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା, ଗ୍ରାମ ପଞ୍ଚାୟତ ଅଧିନସ୍ଥ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ। ପ୍ରଥମେ ସରପଞ୍ଚ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ରାଜ୍ଯ ସରକାରଙ୍କ ନିର୍ଦ୍ଦେଶନାମା ପତ୍ର ସଂଖ୍ୟା ୧୦୩/୩/୮ ପଢ଼ିକି ଶୁଣାଇ ଥିଲେ। ଏଥିରେ ବର୍ଜ୍ୟବସ୍ତୁ ପରିଚାଳନା ର ବିସ୍ତୃତ ବିବରଣୀ ରହିଛି। କେବଳ ନର୍ଲା କି କଳାହାଣ୍ଡି ବୋଲି ନୁହଁ ସାରା ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ ପାଇଁ ନିର୍ଦ୍ଦେଶ ରହିଥିବା ଉଲ୍ଲିଖିତ ରହିଛି। ନିର୍ଦ୍ଦେଶ ନାମ ଅନୁଯାୟୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ପ୍ରତ୍ୟେକ ଗ୍ରାମରେ ରହିଥିବା ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ପ୍ରତି ବୁଧବାର ଦିନ ଘର ଘର ବୁଲି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସବୁ ସଂଗ୍ରହ କରି ଏହାକୁ ଏକତ୍ରିତ କରି ଶୁକ୍ରବାର ଦିନ ନିକଟସ୍ଥ ସାମଗ୍ରୀ ପୁନଃ ପ୍ରାପ୍ତି (ଏମଆରଏଫ) କେନ୍ଦ୍ରକୁ ପଠାଇବେ।

Omkar Vasthu
Omkar Vasthu

ଗ୍ରାମ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଏକ ସ୍ଵତନ୍ତ୍ର ସାରଣୀ ମାଧ୍ୟମରେ ଏହାର ପରିମାଣ ସପ୍ତାହର ଶନିବାର ଦିନ ୧୧ଟା ସୁଦ୍ଧା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ଜଣାଇବେ। ଏହି କାର୍ଯ୍ୟକ୍ରମ ଆସନ୍ତା ବୁଧବାରରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଭାନପୁର ଗ୍ରାମ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ରୋଜିସ୍ମିତା ଦାସ ଗ୍ରାମସଭା କୁ ପରିଚାଳନା କରିଥିବା ବେଳେ ଯୋଗାଣ ସହାୟକ ସମ୍ଭୁ ହାତୀ, ଜିଆରଏସ କେଦାର ନିଆଲ, ରଘୁ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.