ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ପଞ୍ଚାୟତ ସମିତି ନୂତନ ସଭାଗୃହ ଠାରେ ସମିତିର ପଞ୍ଚମ ବୈଠକ ଭାରପ୍ରାପ୍ତ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବିଡିଓ ରିପୁନାଥ ସୁନା, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ଅନିରୁଦ୍ଧ ପଧାନ, ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନ ପୁର ସରପଞ୍ଚ ଅନନ୍ତରାମ ମାଝୀ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରବି ନାଏକ ପ୍ରମୁଖ ମଞ୍ଚାସୀନ ରହି ବିଭିନ୍ନ ବିଷୟ ଓ ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ। ପ୍ରଥମେ ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କ ସ୍ୱାଗତ ଭାଷଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ନର୍ଲା ଜିପିଇଓ ଶ୍ରୀ ନାଏକ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ। ଏଥିରେ କୃଷି ବିଭାଗ ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର କୃଷି ବିଭାଗରେ ରହିଥିବା ରାଜ୍ୟ ସରକାରଙ୍କର ବର୍ତ୍ତମାନର ନୂତନ ଯୋଜନା ଗୁଡିକ ଉପରେ କହିଥିଲେ। ସେହିଭଳି ସ୍ୱାସ୍ଥ୍ୟ ବିଭାଗ ବିଷୟରେ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଚ୍ଛାୟତ ସ୍ୱାସ୍ଥ୍ୟସେବା ଓ ନର୍ଲା ଡାକ୍ତରଖାନାରେ ରହିଥିବା କେତେକ ସମସ୍ୟା ଗୁଡିକ ଉପସ୍ଥାପନ କରିଥିଲେ। ସେହିଭଳି ଶିକ୍ଷା ବିଭାଗ ତରଫରୁ ଏବିଇଓ ଗୋବର୍ଦ୍ଧନ ମାଝୀ ଶିକ୍ଷକ ସମସ୍ୟା ବିଷୟରେ ଉପସ୍ଥାପନ କରିଥିଲେ।
ଏଥିରେ ଲାଇନ ବିଭାଗ ଗୁଡିକ ମଧ୍ୟରେ ଉଦ୍ୟାନ ବିଭାଗ, ପ୍ରଣିଧାନ ବିଭାଗ ଅଧିକାରୀ, ବିଦ୍ୟୁତ ବିଭାଗ ଟାଟା ପାୱାରର କନିଷ୍ଠ ଯନ୍ତ୍ରୀ ଦିବ୍ୟ ପଣ୍ଡା, ସିଡ଼ିପିଓ ଅଞ୍ଜଳି ପଟ୍ଟନାୟକ, ନର୍ଲା ଯୋଗାଣ ଅଧିକାରୀ ଶିବ ମହାନ୍ତି, ଆରଡବ୍ଲୁଏସଏସ ବିଭାଗର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, କନିଷ୍ଠ ଯନ୍ତ୍ରୀ ଶ୍ରୀ ସେଠୀ, ନର୍ଲା ବ୍ଲକ ସହକାରୀ ଯନ୍ତ୍ରୀ ଶ୍ରୀ ମହାଲି, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରା ନନ୍ଦ ନାଏକ, ବନ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ସମିତି ସଦସ୍ୟା ଅବନ୍ତିକା ଦଳେଇ, ରୁପ୍ରାରୋଡ ସମିତି ସଦସ୍ୟା ଦୀପା ମାଝୀ, ନର୍ଲା ସମିତି ସଦସ୍ୟ ସୁଦାମ ଝାଙ୍କର, ଗାଡେବନ୍ଧ ସମିତି ସଦସ୍ୟା ସୁଜାତା ସାହୁ, ମୁସ୍କୁଟି ସମିତି ସଦସ୍ୟ ବୀର ପାତ୍ର, ସରିଆଁ ସମିତି ସଦସ୍ୟ ଭାସ୍କର ଭୋଇଙ୍କ ସମେତ ଅନେକ ସମିତି ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ।
ସେହିଭଳି ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପଦ୍ମ ଲୋଚନ ଜାଲ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସର୍ଗିଗୁଡ଼ା ସରପଞ୍ଚ ଦୀପାଞ୍ଜଳି ବୁଦ୍ଧିଆ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ରାକ୍ସୀ ସରପଞ୍ଚ ଯେମନ୍ତ ପୋଢ଼, ଗିଗିନା ସରପଞ୍ଚ ସୁଧାମୟୀ କୁମାର, ରୁପ୍ରା ସରପଞ୍ଚ ଡଲି ବେହେରା, ବାଲସିଙ୍ଗା ସରପଞ୍ଚ ପୂଜା ସାରିନୋଭା ସ୍ୱାଇଁଙ୍କ ସମେତ ଅନେକ ସରପଞ୍ଚ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ସୁଚିନ୍ତିତ ମତାମତ ଦେଇଥିଲେ। ନର୍ଲା ଜିପିଇଓ ଦାଇତ୍ୱରେ ରହିଥିବା ଭିମକେଲା ପିଇଓ ରବି ନାଏକ ମଞ୍ଚ ସଂଯୋଜନା କରିଥିଲେ। ସିପି ଭୋଳାନାଥ ଦାସ, ନର୍ଲା କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ସହକାରୀ ଯନ୍ତ୍ରୀ ଶ୍ରୀ ମହାଳି, ଯଶୋବନ୍ତ ବାଗ, ରୁଦ୍ର ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ନର୍ଲା ବିଡିଓ ଶ୍ରୀ ସୁନା ଧନ୍ୟବାଦ ଅର୍ପଣ କରିଥିଲେ।