ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ନବ ବର୍ଷ ଅବସରରେ ଇ-ପତ୍ରିକା ରୁଦ୍ରର ଷଷ୍ଠ ସଂସ୍କରଣ ଲୋକାର୍ପଣ ହୋଇଛି। ପ୍ରତିଷ୍ଠାତା ଅଧ୍ୟାପକ ବିଷ୍ଣୁ ପ୍ରସାଦ ଦାସଙ୍କ ମାର୍ଗ ଦର୍ଶନ ଓ ବାଦଲ ପଲେଇଙ୍କ ବଳିଷ୍ଠ ସମ୍ପାଦନା ଏବଂ ସହ ସମ୍ପାଦିକା ସୁଶ୍ରୀ ମୋନାଲିସା ବିଷୋୟୀ, ସହ ସମ୍ପାଦକ ବଦ୍ରି ନାରାୟଣ ଦାସଙ୍କ ସହଯୋଗରେ ପତ୍ରିକାଟି ବେଶ୍ ଆକର୍ଷଣୀୟ ହୋଇପାରିଛି।ପ୍ରଚ୍ଛନ୍ଦପଟ୍ଟରେ ମା’ ଲକ୍ଷ୍ମୀଙ୍କ ମାଣବସା ସ୍ୱରୂପର ଏକ ଚିତ୍ର ସ୍ଥାନ ପାଇଛି ଯାହାକୁ ଯୁବ ଚିତ୍ରଶିଳ୍ପୀ ପ୍ରେମାନନ୍ଦ ବେହେରା ସୃଷ୍ଟି କରିବା ସହ ପ୍ରଚ୍ଛନ୍ଦର ରୂପ ଦେଇଛନ୍ତି କୌଶିକ ଗିରି। ଏହି ପତ୍ରିକାର ୱେବସାଇଟ୍ ଡେଭଲପମେଣ୍ଟର କାର୍ଯ୍ୟ ତୁଲାଇଥିବା ଶ୍ରୀମାନ ବିଷ୍ଣୁ ବେହେରାଙ୍କ ଭୂମିକା ପତ୍ରିକା ପ୍ରକାଶରେ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ପତ୍ରିକାକୁ ପ୍ରକାଶ କରିବା କାର୍ଯ୍ୟ ସ୍ୱୟଂମ୍ ସମ୍ପାଦକ ବାଦଲ ପଲେଇ ହାତକୁ ନେଇ ନୂତନ ଦିବସରେ ପ୍ରକାଶ କରାଇଥିଲେ। ଏଥିରେ ପ୍ରାୟ ୧୫ ଟି ଗଳ୍ପ ୩୩ ଟି କବିତା ଓ ୭ ଟି ପ୍ରବନ୍ଧ ସହିତ ଶିଶୁ ବିଭାଗ, ଚିତ୍ରାଙ୍କନ ବିଭାଗ, ସ୍ମୁତି ମନ୍ଦିର ବିଭାଗ ସ୍ଥାନ ପାଇଛି। ଜାନୁଆରୀ ୨୩ରେ ଏହାର ବାର୍ଷିକ ଉତ୍ସବ ହେବାର ସମ୍ପାଦକ ବାଦଲ ପଲେଇ ସ୍ପଷ୍ଟ କରିଥିବା ବେଳେ ସଭାପତି ବିଷ୍ଣୁ ପ୍ରସାଦ ଦାସ ପ୍ରାକ୍ ପ୍ରସ୍ତୁତିର ଆରମ୍ଭରେ ନିଜକୁ ସମ୍ମିଳିତ କରାଇଛନ୍ତି। ପୂର୍ବ ସଂଖ୍ୟା ଗୁଡ଼ିକ ଭଳି ଏହି ସଂସ୍କରଣ ଟି ମଧ୍ଯ ପାଠକୀୟ ଆଦୃତି ଲାଭ କରିବ ବୋଲି ସମ୍ପାଦନା ମଣ୍ଡଳୀ ଆଶା ରଖିଛନ୍ତି।