ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଳା କୋକସରା ଥାନା ତରାପୁର ପଞ୍ଚାୟତ ଇଛାପୁର ଗ୍ରାମରେ ମଦକୋଠିରେ ମଦବିକ୍ରି କରୁଥିବା ବିରୋଧ କରି ବୁଧବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ବାହାରି ଗ୍ରାମର ପ୍ରତ୍ୟକ ପଡାକୁ ଯାଇ ଗାଁରେ ସମ୍ପୂର୍ଣ୍ଣ ଭାବେ ମଦବିକ୍ରି ବନ୍ଦ କରିବା ପାଇଁ ନାରାବାଜି ଦେଇ ଆଗକୁ ଗାଁରେ ମଦ ବିକ୍ରି ବନ୍ଦ ନକଲେ ପରିସ୍ଥିତି ଅଣାୟତ୍ତ ହେବାକୁ ଚେତାବନୀ ଦେଇଛନ୍ତି l ବିଭୁତି ପୁଝାରୀ, ଚମ୍ପେ ପୁଝାରୀ, ପୁରନ୍ଧର ପଟେଲ, ମଦନ ପୁଝାରୀ, ନରେନ୍ଦ୍ର ଧଙ୍ଗଡ଼ାମାଝୀ, ଦିପେନ୍ଦ୍ର ପୁଝାରୀ, ଅପରାଜିତା ପୁଝାରୀ, ରୁନୁ ଧଙ୍ଗଡ଼ାମାଝୀ, ଗୁନ ଦଳପତି, କିଆ ପୁଝାରୀ, ଯମୁନା ପୁଝାରୀ, ଲିଲି ନାଏକ, ଗୁର ପୁଝାରୀ, ଶଶୀ ନାଏକ, ମିନା ତାଣ୍ଡି, ବାଳିକା ଦଳପତି, ମିଶନଶକ୍ତି ମହିଳା ସମେତ ଗ୍ରାମର ଶତାଧିକ ମହିଳା ରାଲିରେ ସାମିଲ ହୋଇଥିଲେ।