ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କୁ ବୁଧବାର ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସଂଘର ସଭାପତି ତଥା ଲଡୁଗାଁ ସରପଞ୍ଚ ନକୁଳ ନାଏକଙ୍କ ନେତୃତ୍ବରେ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ବରାଡଙ୍ଗା ସରପଞ୍ଚ ନିରୁପମା ସେଠୀ, କନ୍ଦାବୁଟୁରା ସରପଞ୍ଚ କୁରୁକ୍ଷେତ୍ର ବେହେରା, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ, କାଉଡୋଲା ସରପଞ୍ଚ ଦେବୀ ସିଂ ତାଣ୍ଡି ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଏକତ୍ରିତ ହୋଇ ତହସିଲଦାର ନାଗଙ୍କୁ ତାଙ୍କ କାର୍ଯ୍ୟଳୟଠାରେ ସଂଘ ପକ୍ଷରୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସେହିପରି କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କୁ ମଧ୍ୟ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ ସମୟରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମେତ ଲଡୁଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ କହ୍ନାଇ ଚରଣ ଦାସ, ରବିନାରାୟଣ ଦାସ, ପଙ୍କଜ ମୁଖ ଚୈଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ।