ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତେରେସିଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ଼ସ ଓ ରକ୍ତଦାନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ ବାଗ ଯୋଗଦେଇ ଏଡ଼ସ ଠାରୁ କିପରି ଦୂରେଇ ରହିବେ, ଏଡସର ଭୟିବହତା ଆଦି ପ୍ରସଙ୍ଗରେ ଆଲୋଚନା କରିବା ସହ ରକ୍ତଦାନର ଉପକାରୀତା ବିଷୟରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ଏ ଦିଗରେ ପ୍ରେରିତ କରିବାକୁ ସଭାରେ ଆହ୍ବାନ ଦିଆଯାଇଥିଲା। ବରିଷ୍ଠ ଅଧ୍ୟାପକ ଆଭାସ ଚନ୍ଦ୍ର ଆଚାର୍ଯ୍ୟ ମଧ୍ୟ ଏନେଇ ଶିକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଓ୍ବାଇଆରସି କାଉନସିଲର ଅଧ୍ୟାପକ ମୁକେଶ ବହିଦାର କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରା ବାହାରି ଜନସଚେତନତା ସୃଷ୍ଟି କରିଥିଲେ।