ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଛନଛଡ଼ା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ତିନି ଦିବସୀୟ ତାଲିମ ଶିବିର ସମ୍ପନ୍ନ ହୋଇଯାଇଛି | ବିଭାଗ କାର୍ଯ୍ୟବାହ ଦିଲ୍ଲୀପ ସାହୁ ଏହାକୁ ଉଦ୍ଘାଟନ କରିଥିଲେ | ଚିତ୍ତରଞ୍ଜନ ମାଝୀ, ସତ୍ୟେନ୍ଦ୍ର ସୁନା, ପ୍ରଦୀପ ସିଂ ବାବୁ, ଧରଣୀଧର ମାଝୀ ତାଲିମ ପ୍ରଦାନ କରିଥିଲେ | ଉଦଯାପନୀ ସଭାରେ ଅଵସରପ୍ରାପ୍ତ ଶିକ୍ଷକ ନାରାୟଣ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ | ସଇଁତଲା, ଛକୋରବାଞ୍ଜି, ଟିକ୍ରାପଡ଼ା, ଜାମପଦର, ଗଣ୍ଡପତ୍ରାପାଲି ପ୍ରଭୃତି ଗ୍ରାମରୁ ସର୍ବମୋଟ ୫୪ ଜଣ ଶିକ୍ଷାର୍ଥୀ ତାଲିମ ନେଇଥିଲେ | ଗ୍ରାମରେ ଶିବିରାର୍ଥୀମାନେ ଘୋଷବାଦ୍ୟ ବାଦନ ପୂର୍ବକ ପଥ ସଞ୍ଚଳନ କରିଥିଲେ | ଶିଶୁ ମନ୍ଦିର କମିଟି ସଭାପତି ଗୋକୁଳ ଅଗ୍ରୱାଲ ମୁଖ୍ୟ ବ୍ୟବସ୍ଥା ପ୍ରମୁଖ ରହିଥିବା ବେଳେ ସମ୍ପାଦକ କରୁଣାକର ବୁଡ଼େକ, ଆଚାର୍ଯ୍ୟ ରଶ୍ମିରଞ୍ଜନ ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |