୨୬ରୁ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ଆଉଟ ସୋରସିଂ କର୍ମଚାରୀ; କଲ୍ୟାଣ ସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅନୁରୋଧ ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ଚନ୍ଦ୍ରପୁର (ପଦ୍ମନ ଭତ୍ରା): ତତ୍କାଳୀନ ବିଜେଡି ସରକାର ବେକାରୀ ଦୂରକରିବାରେ ଫେଲ ମାରୀ ଶିକ୍ଷିତ ବେକାର ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି ଆଳରେ ବିଭିନ୍ନ ବିଭାଗର ବିଭିନ୍ନ ପଦବୀକୁ ସରକାର ଘରୋଇ ସଂସ୍ଥାକୁ ଟେକି ଦେଲେ । ସେହି ସଂସ୍ଥା ନିଜେ ତାର ସିଂହ ଭାଗ ରଖି ଆଉଟ ସୋରସିଂ ବ୍ୟବସ୍ଥା ଲାଗୁକରି ପାଞ୍ଚ ହଜାରରୁ ଦଶ ହଜାର ମାସକୁ ବେତନ ଦେଇ ବିଭିନ୍ନ ଅଫିସରେ କାର୍ଯ୍ୟ କରାଇ ନିଯୁକ୍ତି କରି ଲଲିପପ ଧରାଇ ବାହାଦୁରୀ ନେଲେ । ହେଲେ ସରକାରଙ୍କ ଦ୍ବାରା ନିଯୁକ୍ତି କର୍ମଚାରୀଙ୍କୁ ୬ ବର୍ଷ ପରେ ସ୍ଥାୟୀ କରାଗଲା । ହେଲେ ୬ ରୁ ୧୦ବର୍ଷ ଆଉଟ ସୋର୍ସିଂରେ ଚାକିରୀ କରିଥିଲେ ମଧ୍ୟ ସରକାରୀ ଖାତାରେ ଏ ମାନଙ୍କର ନା ନଥାଇ ଘରୋଇ ଠିକା ସଂସ୍ଥାରେ ନାମ ଥିବାରୁ ସରକାର ଏମାନଙ୍କ ସ୍ଥାୟୀ ଚାକିରି ପାଇଁ ଚିନ୍ତା ନ କରିବାରୁ ଅଭାବ ଅନଟନରେ ଦିନ ରାତି କାର୍ଯ୍ୟ କରୁଥିବା କର୍ମଚାରୀମାନେ ଦୁଃଖର ସହ ବର୍ତ୍ତମାନ ମୋହନ ସରକାରଙ୍କ ନିକଟରେ ନିବେଦନ ପୂର୍ବକ ଆସନ୍ତା ୨୬ ତାରିଖ ଠାରୁ ୩ ଦଫା ଦାବି ନେଇ ଅନିଦ୍ଧିଷ୍ଟ କାଳ ରାଜ୍ୟ ବିଧାନସଭା ସମ୍ମୁଖ ମହାତ୍ମା ଗାନ୍ଧୀ ମାର୍ଗରେ ଧାରଣା ଦେବା ନେଇ କଲ୍ୟାଣ ସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି | ଏଠାରେ କଥା ଉଠୁଛି କି ବି ଜେ ଡ଼ି ଶାସନରେ ସୋରସିଂ କର୍ମଚାରୀ ମାନଙ୍କ ପାଇଁ ବି ଜେ ପି ସରକାର କୁମ୍ଭୀର କାନ୍ଧଣା କରୁଥିଲି | ବର୍ତ୍ତମାନ ବି ଜେ ପି ସରକାର ଶାସନକୁ ଆସିବା ପରେ କିଭଳି ଭାବେ ଗୁହାରୀ ଶୁଣୁଛନ୍ତି ତାହା ଦେଖିବାକୁ ବାକିରହିଲା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.