ଦୈନିକ ଖବର କାଗଜ ଅପରାହ୍ନର ଜିଲ୍ଲାସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଦୈନିକ ଖବର କାଗଜ ‘ଅପରାହ୍ନ’ର ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପ୍ରକାଶ ନାଏକ, ସଭା ମୁଖ୍ୟ ସୁଧିର ମେହେର, ମୁଖ୍ୟ ବକ୍ତା ବିରଞ୍ଚି ନାରାୟଣ ମୁଣ୍ଡ, ସମ୍ମାନିତ ଅତିଥି ଶ୍ରବଣ କୁମାର ସାହୁ, ଅଜୟ ଦାସ, ଅନିତା ମୁଣ୍ଡ, ପ୍ରିୟବ୍ରତ ବାଣୁଆ, ସ୍ଵର୍ଣ୍ଣ ଦାଶ, ଜନ୍ମେଜୟ ନାଏକ, କୁଞ୍ଜବିହାରୀ ପଟେଲ ପ୍ରମୁଖ ଉପସ୍ଥିତ ମଞ୍ଚାସିନ ଥିଲେ ।ମଞ୍ଚାସିନ ସମସ୍ତ ଅତିଥି ଅପରାହ୍ନ ଖବର କାଗଜ ଉପରେ ସଂକ୍ଷିପ୍ତ ଭାବରେ ଉଦବୋଧନ ଦେଇ ଥିଲେ ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା କବି ମାନେ ନିଜର କବିତା ପାଠ କରିଥିଲେ ।ଏହା ପରେ ସମସ୍ତ କବି ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ନବଘନ ସାହୁ, ସବିତା ଶତପଥୀ ଓ ଭାଗିରଥୀ ସାଗର ମଞ୍ଚ ପରିଚାଳନା କରିଥିଲେ । ଶେଷରେ ନିରଞ୍ଜନ ସାହାଣୀ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ସଭାମୁଖ୍ୟ ଉଦ୍ଧବ ଚରଣ ସାହୁ, ମୁଖ୍ୟ ଅତିଥି ଅଶୋକ ପଟ୍ଟନାୟକ, ମୁଖ୍ୟ ବକ୍ତା ମୋହନ ଚରଣ ବିଶି, ବରେଣ୍ୟ ଅତିଥି ଅପରାହ୍ନ ଖବରକାଗଜ ସମ୍ପାଦକ ବଂଶୀଧର ଜେନା, ସମ୍ମାନିତ ଅତିଥି ଅପରାହ୍ନ ଖବରକାଗଜ ପ୍ରକାଶିକା ଲକ୍ଷ୍ମୀପ୍ରିୟା ଦାସ, କୋରାପୁଟ ଜିଲ୍ଲା ସଂଯୋଜିକା ଡ଼ା ସବିତା ଶତପଥୀ, କୈଳାଶ ରାଉତ, ନିରଞ୍ଜନ ସାହାଣୀ ପ୍ରମୁଖ ଉପସ୍ଥିତ ମଞ୍ଚାସିନ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା ଭାଗିରଥୀ ସାଗର କରିଥିବା ବେଳେ ପ୍ରେମଲାଲ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦୈନିକ ଖବର କାଗଜ ଅପରାହ୍ନର ଜିଲ୍ଲା ସଂଯୋଜକ ଭାଗିରଥୀ ସାଗର ଓ ଜିଲ୍ଲା ପ୍ରତିନିଧି ସ୍ବାସ୍ତିଦୀପ ଆଦିତ୍ୟ ନେତୃତ୍ୱ ନେଇଥିବା ବେଳେ ଅପରାହ୍ନ କବିତା ଫୁଲର ସମସ୍ତ କବି ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.