ବାବା ସାହେବ ଆମ୍ବେଦକର ଓ ଧର୍ତ୍ତିଆବା ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ବାବା ସାହେବ ଡ଼ଃ ଭୀମରାଓ ଆମ୍ବେଦକର ଓ ଧର୍ତ୍ତିଆବା ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ମହାସମାରୋହରେ ପାଳିତ ହୋଇଯାଇଛି । କଲ୍ୟାଣସିଂହପୁର ପ୍ରବେଶ ଛକରେ ଧର୍ତ୍ତିଆଵା ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ ସଂଘର ସମ୍ପାଦକ ଶିକ୍ଷକ ବିଶ୍ୱନାଥ କାଡ୍ରାକାଙ୍କ କର କାମଳରେ ଉନ୍ମୋଚନ ଓ ନାଗାବଳି ନଦୀ ନିକଟ ଆମ୍ବେଦକର ଛକରେ ବହୁଜନ ସମାଜ ପାର୍ଟିର ବରିଷ୍ଠ ନେତା ସରୋଜ କୁମାର ନାଏକ ମୁଖ୍ୟ ଅତିଥି ଓ ଦୁର୍ଗା ମନ୍ଦିର ନିକଟରେ ଥିବା ଆମ୍ବେଦକର ଯୁବମାଞ୍ଚ ପ୍ରାଙ୍ଗଣରେ ଡ଼ଃ ବାବା ସାହେବ ଭୀମରାଓ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତିର ଶିକ୍ଷକ ଓ ଆମ୍ବେଦକର ପ୍ରେମୀ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ଯୁବକ ମାନେ ଉପସ୍ଥିତ ରହିଥିଲେ । ବାଜା ବଜାଇ ନାଚି ନାଚି ସହର ପରିକ୍ରମା କରି ଶେଷରେ ଦୁର୍ଗା ମନ୍ଦିର ନିକଟରେ ପହଞ୍ଚି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁଜନ ସମାଜ ପାର୍ଟିର ଜିତୁ ଜାକାକା (ଜିତୁ) ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ଡମ ସମାଜର ସଭାପତି ଜାଗାମ ବେନିଆ, କନ୍ଧକୂଳ ସମାଜର ସମ୍ପାଦକ ବିଶ୍ୱନାଥ କାଡ୍ରାକା, ଆମ୍ବେଦକର ଯୁବ ମଞ୍ଚ ସଭାପତି ସନ୍ତୋଷ କୌଶଲ୍ୟା, ଡମ ସମାଜର ସମ୍ପାଦକ ସୁମନ ଗରଡ଼ିଆ, ବରିଷ୍ଠ ଶିକ୍ଷକ ଦେବେନ୍ଦ୍ର ବଚ୍ଛା, ନିରଞ୍ଜନ ହିଆଲ, ଶିକ୍ଷକ ରାମନାଥ କାଡ୍ରାକା, ନାଗେଶ୍ୱର କୌଶଲ୍ୟା, ଅରକ୍ଷିତ କୌଶଲ୍ୟା, ଡ୍ରାଇଭର ମହାସଂଘ ସଭାପତି ଗଜେନ୍ଦ୍ର ଗରଡ଼ିଆ, ରାଜମେସ୍ତ୍ରୀ ସଙ୍ଘ ସଭାପତି ଲାଲମଣି ବିବର, ଧନମଣି ଭତ୍ରା, ଓକିଲ ଅଭି ପାଲାକା, ସୁନ୍ଦର ରାଓ ବାଗ ମଞ୍ଚାସିନ ରହିଥିଲେ । ଭାରତୀୟ ସମ୍ବିଧାନର ପ୍ରଣେତା, ଜ୍ଞାନର ପ୍ରତୀକ, ମାନବତାର ମୁକ୍ତି ଦାତା, ବିଶ୍ୱରତ୍ନ ବୁଦ୍ଧି ସତ୍ତ୍ୱଙ୍କ ଜୀବନି ଉପରେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଆମ୍ବେଦକର ଯୁବମଞ୍ଚ କଲ୍ୟାଣସିଂହପୁର ପକ୍ଷରୁ ଆୟୋଜନ କରାଯାଇଥିଲା । ଏଥିରେ ପୁଲିସ ଓ ଯବାନ ଉପସ୍ଥିତ ରହିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.