ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଗଣ୍ଡପତ୍ରାପାଳି ଡ଼ୁମାଲ ପଡାର ସତ୍ୟଭାମା ଡାଙ୍ଗଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହେଉଥିଲା। ସେ ଜଣେ ଧର୍ମପରାୟଣ ମହିଳା ଭାବେ ପରିଚିତ ମହଲରେ ଜଣାଶୁଣା ଥିଲେ। ମୃତ୍ୟୁ ସଜ୍ଜା ପାଖରେ ଦୁଇ ପୁଅ ବିପିନ ଡାଙ୍ଗ, ଉପେନ୍ଦ୍ର ଡାଙ୍ଗ ଓ ତାଙ୍କର ପାଞ୍ଚ ଝିଅ ଜ୍ବାଇଁ, ନାତି ନାତୁଣୀ, ଭାଇବୋହୂ, ଆତ୍ମିୟ ସ୍ବଜନ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ପଡ଼ାସ୍ଥିତ ଗାଁ ମଶାଣିରେ ଶେଷକୃତ ସଂପନ୍ନ ହୋଇଥିଲା। ବଡ଼ପୁଅ ବିପିନ ଡାଙ୍ଗ ମୁଖାଗ୍ନୀ ଦେଇଥିଲେ।