ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜଣେ ନାବାଳିକା ଅପହରଣ ମାମଲାରେ ଗୋପିଗୁଡା ଗ୍ରାମର କୁମର ନାଏକ (୨୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଜେପୁର ପୋଲିସ। ପୋଲିସର ସୂଚନାନୁସାରେ ନାବାଳିକା ଜଣକ ନବମ ଶ୍ରେଣୀରେ ପଢୁଥିଲା ବେଳେ ଦୁହିଁଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଗତବର୍ଷ ୧ ଜାନୁୟାରୀ ୨୦୨୫ ନୂଆବର୍ଷ ରାତିରେ କୁମର ନାଏକ ଗାଁକୁ ଆସି ଝିଅ ଘରକୁ ଯାଇ କଥାବାର୍ତ୍ତା ହୋଇଥିଲା। ଏହାପରେ କୁମର ଝିଅକୁ ବାହାହେବା ପ୍ରଲୋଭନ ଦେଖାଇ ସେହି ଦିନ ରାତିରେ ଦୁହେଁ ଗାଁ ଛାଡି କେରଳ ପଳାଇଥିଲେ। ଝିଅର ବାପା ଘରୁ ପଳାଇଥିବା ଦେଖି ସେ ତାଙ୍କର ସମସ୍ତ ସମ୍ପର୍କୀୟ ମାନଙ୍କ ସହିତ ଯୋଗାଯୋଗ କରି ବହୁତ ଖୋଜାଖୋଜି କରିବା ପରେ କେଉଁଠି ମଧ୍ୟ ଝିଅକୁ ପାଇଲେ ନାହିଁ। ଶେଷରେ ଝିଅର ବାପା ଜାଣିବାକୁ ପାଇଲେ ଯେ, ଝିଅ କୁମାର ସାଙ୍ଗରେ ପଳାଇଛି। ତେଣୁ ୯ ଜାନୁୟାରୀ ୨୦୨୫ ରେ ବିଜେପୁର ଥାନାରେ କୁମର ତାଙ୍କ ଝିଅକୁ ନେଇ ଯାଇଥବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ବିଜେପୁର ପୋଲିସ ନାବାଳିକା ପିତାଙ୍କ ଅଭିଯୋଗ ଆଧାରରେ ବିଜେପୁର ଥାନାରେ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ୨୪ ତାରିଖ ଦିନ କୁମର ଓ ନାବାଳିକା ଉଭୟେ ନିଜଘର ଗୋପିଗୁଡା ଗ୍ରାମକୁ ଆସିଥିଲେ। କୌଣସି ସୂତ୍ରରୁ ଖବର ପାଇ ବିଜେପୁର ଥାନାଧିକାରୀ ନୀଳାମ୍ବର ଜାନିଙ୍କ ନେତୃତ୍ୱରେ ପୋଲିସ ବଳ ସହିତ ଗୋପିଗୁଡା ଗ୍ରାମକୁ ଯାଇ ଉଭୟଙ୍କୁ ଧରି ଥାନାକୁ ଆଣି ପଚରା ଉଚୁରା କରିଥିଲେ। ତଦନ୍ତ ପରେ ଜଣାପଡିଲାଯେ ବାହାଘର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ବେଳେ ନାବାଳିକା ଜଣକ ବର୍ତ୍ତମାନ ଗର୍ଭବତୀ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଶୁକ୍ରବାର ଲାଞ୍ଜିଗଡ଼ ଠାରେ ଅଭିଯୁକ୍ତ କୁମରର ଡାକ୍ତରୀ ପରୀକ୍ଷା କରାଯାଇ ବିଜେପୁର ଥାନାକୁ ନେଇଥିବା ବେଳେ ନାବାଳିକା ପୀଡିତାକୁ ଭବାନୀପାଟଣା ଠାରେ ଡାକ୍ତରୀ ପରୀକ୍ଷା କରାଯିବା ପରେ ଏଡିଏସଜେ କମ୍ ପୋସ୍କୋ କୋର୍ଟ ଭବାନୀପାଟଣାରେ ହାଜର କରାଯାଇଥିଲା ଏବଂ ନାବାଳିକାକୁ ସୁଧାର ଗୃହରେ ଛଡ଼ାଯାଇଥିଲା। ଏ ନେଇ ବିଜେପୁର ଥାନା କେଶ ନଂ-୨/୨୫ ଅନୁଯାୟୀ ଗିରଫ କରି ଶନିବାର ଅଭିଯୁକ୍ତ କୁମରକୁ କୋର୍ଟ ଚାଲାଣ କରାଯାଇଥିବା ବିଜେପୁର ଥାନାଧିକାରୀ ନୀଳାମ୍ବର ଯାନୀ ପ୍ରକାଶ କରିଛନ୍ତି।





