ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ ଓ କରୋନା ସଚେତନତା

କଳାହାଣ୍ଡି,୨୯/୪: ମହାମାରୀ କରୋନା ସଂକଟକୁ ଦୃଷ୍ଚିରେ ରଖି ଲାଗୁ ହୋଇଥିବା ଲକଡାଉନ ବହୁଳ ମାତ୍ରାରେ ଗରିବ ଓ ଖଟିଖିଆ ମାନଙ୍କ ଉପରେ ପ୍ରଭାବ ପକାଇଛି। ଏମିତି ଏକ ଦୁର୍ଦ୍ଦିନ ସମୟରେ ଅସହାୟଙ୍କୁ ସହାୟତା ପ୍ରଦାନ କରିଛି ଆଞ୍ଚଳିକ ସାମ୍ବାଦିକ ସଂଘ, କଳାହାଣ୍ଡି। ରାମକୃଷ୍ଣ ଆଶ୍ରମର ଶିଷ୍ୟ ତଥା ସାମ୍ବାଦିକ ସରୋଜ ସାହୁଙ୍କ ଜନ୍ମଦିନରେ ଆୟୋଜିତ ଏହି ସେବା କାର୍ଯ୍ୟ ବତୀକୁପା ଗାଁରେ ଆୟୋଜିତ ହୋଇଥିଲା। କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଅଧିନସ୍ଥ ବତୀକୁପା ଗ୍ରାମର ୭୦ଟି ଆବଶ୍ୟକତା ଅନୁଭବ କରୁଥିବା ପରିବାରବର୍ଗଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ମହାନ କାର୍ଯ୍ୟରେ କଳାହାଣ୍ଡି ଆଞ୍ଚଳିକ ସାମ୍ବାଦିକ ସଂଘର ସମ୍ପାଦକ ନବୀନ କିଶୋର ସାହୁ, ସମାଜସେବୀ ମନୋଜ ପଟ୍ଟନାୟକ,ସାମ୍ବାଦିକ ବୁଦ୍ଧେଶ୍ବର ଚୌଧୁରୀ, ହୃଦାନନ୍ଦ ସାହୁ, କ୍ଷିର ସାହୁ,ଦୁର୍ଯୋଧନ ସାହୁ, ସୁର୍ଦଶନ ସାହୁ,ରୋହିତ ସାହୁ, ସମାଜସେବୀ ଜଗନ୍ନାଥ ରାୟ ଚୌଧୁରୀ, ଦେବାଳୟ ରଣା ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କୁ କରୋନା ସଚେତନତା କରାଇଥିଲେ। ସଂଘର ଏହି କାର୍ଯ୍ୟଧାରାକୁ ବିଭିନ୍ନ ମହଳରୁ ପ୍ରଶଂସା କରାଯାଉଛି।

Udyog Nursery
Udyogi Nursery
ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.