୪ର୍ଥ ବାଟାଲିୟନ ସିଆରପିଏଫ ତରଫରୁ ଜିଲ୍ଳାପାଳ ଓ ସିଡିଏମଓଙ୍କୁ ସମ୍ବର୍ଦ୍ଧନା

ଜିଲ୍ଳା ପ୍ରଶାସନର ଉଦ୍ୟମ ଯୋଗୁଁ ଗ୍ରୀନ ଜୋନରେ ରାୟଗଡ ଜିଲ୍ଳାସେକେଣ୍ଡ ଇନ୍ କମାଣ୍ଡଡେଂଟ

Omkar Vasthu
Omkar Vasthu

ରାୟଗଡ,୩୦/୫: ମହାମାରୀ କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏଥିରେ ଓଡିଶା ମଧ୍ୟ ବାଦ ପହିନାହିଁ । ତେବେ ରାୟଗଡ ଜିଲ୍ଳାକୁ ବାଦ ଦେଲେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଳାଗୁଡିକରେ କୋଭିଡ-୧୯ଭୂତାଣୁ ନିଜର କାୟା ବିସ୍ତାର କରିଛି । ରାୟଗଡ ଜିଲ୍ଳା ପ୍ରଶାସନର ସକାରତ୍ମକ ପଦକ୍ଷେପ ଓ ଜିଲ୍ଳାବାସୀଙ୍କ ସହଯୋଗ ଯୋଗୁଁ ଆଜି ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ରାୟଗଡ ଜିଲ୍ଳାକୁ ଗ୍ରୀନ ଜୋନରେ ରଖିବାରେ ସକ୍ଷମ ହୋଇପାରିଛି ଜିଲ୍ଳା ପ୍ରଶାସନ । ତେଣୁ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କୁ ୪ର୍ଥ ବାଟାଲିୟନ ସିଆରପିଏଫ ତରଫରୁ ସମ୍ବର୍ଦ୍ଧନା କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଜି (ଶନିବାର) ରାୟଗଡ ସହରର ଇନ୍ଦିରା ନଗରସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ହେଡ୍ କ୍ୱାଟର୍ସ ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସିଆରପିଏଫର ସେକେଣ୍ଡ ଇନ୍ କମାଣ୍ଡଡେଂଟ ଶ୍ରୀମତି ମିତୁ ରଏ ଜିଲ୍ଳାପାଳ ଶ୍ରୀ ବେହେରାଙ୍କୁ ସ୍ମରଣଚିହ୍ନ ପ୍ରଦାନ କରିଥିଲେ । ଏଥିସହ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) ଡାକ୍ତର ଆର୍ତବନ୍ଧୁ ନାୟକଙ୍କୁ ମଧ୍ୟ ସ୍ମରଣଚିହ୍ନ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା ।

ଜିଲ୍ଳାପାଳ ଶ୍ରୀ ବେହେରାଙ୍କ ନିର୍ଦ୍ଦେଶରେ ଜିଲ୍ଳା ପ୍ରଶାସନର ଉଚିତ୍ ପଦକ୍ଷେପ ଯୋଗୁଁ ରାୟଗଡ ଜିଲ୍ଳା ଗ୍ରୀନ ଜୋନରେ ରହିପାରିଛି ତେଣୁ ଆମେ ଜିଲ୍ଳାପାଳଙ୍କୁ ସମ୍ବର୍ଦ୍ଧନା କରି ଗର୍ବ ଅନୁଭବ କରୁଛୁ ବୋଲି ଶ୍ରୀମତି ରଏ ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.