ଗୋଟିଏ ପରିବାରର ୮ କରୋନା ଆକ୍ରାନ୍ତ : ବିଲାଟ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା

୨୨ ଜୁନ ସକାଳ ୬ଟାରୁ ୨୪ ଜୁନ ସକାଳ ୬ଟା ପର୍ଯ୍ୟନ୍ତ ବିଲାଟ ଗାଁ ସଟ୍ ଡାଉନ୍

ନର୍ଲା,୨୨/୬: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ବ୍ଲକର ବିଲାଟ ଗାଁରେ ପୂର୍ବରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ରବିବାର ଉକ୍ତ ପରିବାରର ଆଉ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଲାଟ ପରି ଏକ ଛୋଟ ଗାଁରେ ଗୋଟିଏ ପରିବାରର ୮ ଜଣ କୋଭିଡ୍-୧୯ ସଂକ୍ରମିତ ହେବାପରେ ସମସ୍ତଙ୍କ ଚିନ୍ତା ବଢିଯାଇଛି । ଆଗକୁ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ତଥା ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଲାଟ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏହାସହ ଆଜି (ସୋମବାର) ସକାଳ ୬ ଘଣ୍ଟା ଠାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ କେବଳ ବିଲାଟ ଗାଁକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି ବୋଲି ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା ସୂଚନା ଦେଇଛନ୍ତି ।

ଏହାସହ ସାମାଜିକ ଦୁରତ୍ବ ରକ୍ଷା, ବାଦ୍ଧ୍ୟତାମୂଳକ ମାସ୍କ ପରିଧାନ, ବିଲାଟ ଗାଁକୁ କୌଣସି ବାହାର ଲୋକଙ୍କ ପ୍ରବେଶ ନିଷେଧ ଓ ବିଲାଟବାସୀ ବାହାରକୁ ଯିବା ଉପରେ ରୋକ ଲଗାଯାଇଛି । ଯଦି କୌଣସି ବ୍ୟକ୍ତି ଏହାର ଖିଲାପ କରନ୍ତି ତେବେ କୋଭିଡ୍-୧୯ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ସରପଞ୍ଚ ଚିତ୍ତରଞ୍ଜନ ରଣା ପ୍ରକାଶ କରିଛନ୍ତି । ଏନେଇ ରୁପ୍ରାରୋଡ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ର ପତ୍ରସଂଖ୍ୟା ୩୯୫/୨୦୨୦ ରେ ଏକ ନୋଟିସ୍ ପ୍ରକାଶ କରାଯାଇଛି ।

ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.