ସାପ୍ତାହିକ ବଜାର ସମେତ ଧର୍ମଗଡର ଅନେକ ସ୍ଥାନରେ ସାମାଜିକ ଦୁରତ୍ବ ମାନୁ ନାହାନ୍ତି ଲୋକ
ଧର୍ମଗଡ଼,୩/୭: ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଋପ ନେଉଥିବାବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଶାସନ ତରଫରୁ ଏହାକୁ ପ୍ରତିହତ କରିବା ପାଇଁ ବିହିତ ପଦକ୍ଷେପମାନ ଗ୍ରହଣ କରାଯାଉଛି କିନ୍ତୁ କେତେକ ସ୍ଥାନରେ ଲୋକେ ଏହାକୁ ଖାମଖିଆଲି ଭାବେ ନେଉଥିବା ଦେଖାଯାଉଛି । ଜିଲ୍ଲାର ଧର୍ମଗଡ ସହରେ ପ୍ରଶାସନ ସାପ୍ତାହିକ ବଜ଼ାରକୁ ଅନ୍ୟତ୍ର ସ୍ଥାନାନ୍ତର କରିଛି । କିନ୍ତୁ ସାପ୍ତାହିକ ବଜ଼ାରରେ କରୋନା ନିୟମକୁ ଫୁ’ କରିଦେଇଛନ୍ତି ଲୋକେ । ନା ରହୁଛି ସାମାଜିକ ଦୁରତ୍ବ ନା ଅଛି ଲୋକଙ୍କ ମୁହଁରେ ମାସ୍କ । ଠେଳାପେଳା ହୋଇ ଲୋକେ କିଣା ବିକା କରୁଛନ୍ତି ।
କିଛି ଦିନ ପୋଲିସ ବାହାରେ ରହି ଡିଷ୍ଟାନ୍ସ ମେନଟେନ୍ସ ସହିତ ମାସ୍କ ନ ପିନ୍ଧିବା ଲୋକଙ୍କୁ ଫାଇନ ଆଦାୟ ମଧ୍ୟ କରିଥିଲା । ପରେ ଲାଗୁଚି ଜେମିତି ପ୍ରଶାସନ ମଧ୍ୟ ଆଖି ବୁଜିଦେଇଛି ।ପୋଲିସ ପଇଁତରା ମାରୁଥିବା ମଧ୍ୟ୍ୟ ରହୁଛି ଚୁପ । ଏ ନେଇ ପ୍ରଶାସନ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ କରୋନା ମହାମାରୀକୁ ଏଡାଇ ଦିଆଯାଇ ପାରିବ ନାହି ବୋଲି ଆଇନଜିବୀ ଦିଗାମ୍ବର ଦୁରିଆ ପ୍ରଶାସନକୁ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ଲବଣି ରାଉତଙ୍କ ରିପୋର୍ଟ OdiaBarta.in