ଉଛୁଲା ଠାରେ ୭୧ ତମ ବନମହୋତ୍ସବ ସପ୍ତାହ ପାଳିତ

ଜୟପାଟଣା,୩/୭: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଜୟପାଟଣା ବନାଞ୍ଚଳ ଉଛୁଲା ସେକ୍ସନ ଆନୁକୁଲ୍ୟରେ ଆଜି ୭୧ ତମ ବନମହୋତ୍ସବ ସପ୍ତାହ ଉଛୁଲା ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରୁ ଉପସ୍ଥିତ ସମସ୍ତଙ୍କୁ ମାକ୍ସ ଓ ସାନିଟାଇଜର ପ୍ରଦାନ କରାଯିବା ସହ ସାମାଜିକ ଦୂରତା ବଜାୟ ରଖାଯାଇ କାର୍ଯ୍ୟକ୍ରମ ପରିଚାଲନା କରାଯାଇଥିଲା ।

ଉଛୁଲା ବନପାଳ ରଜନୀକାନ୍ତ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜୟପାଟଣା ବ୍ଲକ ଅଧ୍ୟକ୍ଷ ପରମାନନ୍ଦ ସାହୁ, ସମ୍ମାନିତ ଅତିଥି ଅଁଳାଭଟା ପୂର୍ବତନ ସରପଞ୍ଚ ଚୁଡ଼ାମଣି ନାଏକ, ଉଛୁଲା ଜଙ୍ଗଳ କମିଟି ସଭାପତି ଟେମଳ ନାଏକ, ଉପସଭାପତି ପାଦୁକା ରାଉତ, ଉଛୁଲା ଆର.ଆଇ ପାର୍ଥସାରଥୀ ବିଚ୍ଛନ୍ଦ, ଶିକ୍ଷକ ଭବାନୀ ଶଙ୍କର ମହାନନ୍ଦ, ସାମ୍ବାଦିକ ଶରତ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ଜଙ୍ଗଲ ର ମହତ୍ତ୍ୱ ସମ୍ପର୍କରେ ମତବ୍ୟକ୍ତ କରି ସମସ୍ତ ମନୁଷ୍ୟ ବୃକ୍ଷରୋପଣ ଦିଗରେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ ।

ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ଚାରାରୋପଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଉଛୁଲା ବିଟ୍ ବନରକ୍ଷୀ ଲଲିତ ନାଏକ ପରିଚାଲନା କରିଥିବା ବେଳେ କୋକଡି ବିଟ୍ ବନରକ୍ଷୀ ରଞ୍ଜିତା ଖଡିଆ ସହଯୋଗ କରିଥଲେ ।

ଜୟପାଟଣାରୁ ତୁଲାରାମ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.