ନାରାୟଣପାଟଣା ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସଇ ଦଶମ ଶ୍ରେଣୀ ପରିକ୍ଷାଫଳ

କୋରାପୁଟ,୧୯/୭: ନାରାୟଣପାଟଣା ବ୍ଲକର ଉପାନ୍ତ ଅଞ୍ଚଳ ପାଚିଙ୍ଗି ଗ୍ରାମରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସଇ ଦଶମ ଶ୍ରେଣୀରେ ଶତପ୍ରତିଶତ ଛାତ୍ରଛାତ୍ରୀ କୃତିତ୍ବ ହାସଲ କରିଥିବା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରବୀଣ କୁମାର ସାହୁ ସୂଚନା ଦେଇଛନ୍ତି । ଚଳିତବର୍ଷ ୬୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ୫୫ ପ୍ରତିଶତ ପାସ୍ ହାର ହୋଇଛି । ୩୩ଜଣଙ୍କ ମଧ୍ୟରୁ ୧୩ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାଇଥିବା ଜଣିପଡିଛି । ସେମାନଙ୍କ ମଧ୍ୟରୁ ସ୍ବାଧୀନ ବାରିକ ସର୍ବୋଚ୍ଚ ୯୪ ପ୍ରତିଶତ ମାର୍କ ରଖିଥିବା ବେଳେ ଅନ୍ୟ ଜଣେ ଜି .ରେବନ୍ତ କୁମାର ୮୯ ପ୍ରତିଶତ ମାର୍କ ରଖି ଦ୍ବିତୀୟ ସ୍ଥାନରେ ରହିଥିବା ଜଣାପଡିଛି ।

ସ୍ବାଧିନ ବାରିକ ୯୪ ପ୍ରତିଶତ ମାର୍କ ରଖି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଓଏଭି ରେ ସର୍ବୋଚ୍ଚ ସ୍ଥାନରେ ରହି କୃତି ହୋଇଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ସ୍ବାଧୀନଙ୍କ ବାପା ଜଣେ ସ୍କୁଲ ଶିକ୍ଷକ ହୋଇଥିବା ବେଳେ ପରିଶ୍ରମର ଫଳ ସ୍କୁଲ ଷ୍ଟାଫ୍ ଓ ବାପା ମାଙ୍କ ପ୍ରେରଣା ଯୋଗୁଁ ହୋଇଛି ବୋଲି ସ୍ବାଧୀନ କହିଛନ୍ତି । ଆଗକୁ ଡ଼ାକ୍ତରି ପାଠ ପଢି ରୋଗୀ ସେବା କରିବାର ସ୍ବପ୍ନ ଥିବା ସେ କହିଛନ୍ତି ।

ନାରାୟଣପାଟଣା ବ୍ଲକ ପରି ଆଦିବାସୀ ବହୁଳ ଅଞ୍ଚଳରେ ସ୍ବାଧୀନ ପରି ଛାତ୍ରର ସଫଳତା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବୋଲି କୁହାଯାଉଛି । ଏପରି ସଫଳତା ପାଇଁ ପାଚିଙ୍ଗି ଓଏଭିର ସମସ୍ତ ଶିକ୍ଷକ କଷ୍ଟର ଫଳ ମିଳିବା ନେଇ ଖୁସି ବ୍ୟକ୍ତି କରିଛନ୍ତି ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.