୭୪ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ

କୋଭିଡ-୧୯ ନିୟମ ଅବଲମ୍ବନ କରି ହେବ ପାଳନ -ଜିଲ୍ଳାପାଳ

ରାୟଗଡ,୧/୮: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ କୋଭିଡ-୧୯ ମାର୍ଗଦର୍ଶିକା ଅନୁଯାୟୀ ଏହାକୁ ଅନୁସରଣ କରି ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇ ଚଳିିତ ବର୍ଷ ୭୪ତମ ସ୍ୱାଧୀନତା ଦିିବସକୁ ପାଳନ କରିବା ନିମନ୍ତେ ସ୍ଥାନୀୟ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଳାପାଳ ତଥା ଉତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା ଅଧ୍ୟକ୍ଷତା କରି ସ୍ୱାଧୀନତା ଦିବସକୁ ନିରାଡମ୍ବର ସହ ପାଳନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେହିପରି ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ଶର୍ବଣା ବିବେକ ଏମ. ଓ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା ଯୋଗ ଦେଇ ଭାରତ ସରକାରଙ୍କ ଗୃହ ବିଭାଗର ନିର୍ଦ୍ଦେଶାବଳୀ ମୁତାବକ ଏହାକ ଅନୁପାଳନ ପୂର୍ବକ ଜିଲ୍ଳାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳନ କରିବାକୁ କହିଥିଲେ ଓ ସର୍ବସମ୍ମତି କ୍ରମେ ଏହି ନିଷ୍ପତିକୁ ସ୍ଥିର କରାଯାଇଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଉକ୍ତ ଦିବସରେ ପ୍ରାତଃ ସାଢେ ୫ଟା ସମୟରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ରାମଧୂନ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯିବ । ସକାଳ ସାଢେ ୭ଟାରେ ସମସ୍ତ ସରକାର ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତୋଳନ କରାଯିବ । ସକାଳ ୯ଟା ୧୫ମି.ସମୟରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ଉଚ୍ଚ ବିଦ୍ୟାଳୟ ଠାରେ ଆନୁଷ୍ଠାନିକ ଭାବେ ଜିଲ୍ଳାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯିବ । ପ୍ୟାରେଡ ପଡିଆରେ ଉପସ୍ଥିତ ଜନତାଙ୍କୁ ମୁଖ୍ୟ ଅତିଥି ଉଦବୋଧନ ଦେବା ସହ ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଚଳିତ ବର୍ଷ କେବଳ ଏପିଆର ପୋଲିସ, ସିଆରପିଏଫ, ବିଏସଏଫ ଅର୍ଦ୍ଧ ସାମରିକ ବାହିନୀ ଓ ଗୃହରକ୍ଷୀ ବାହିନୀ ୪ଟି ଦଳ ପ୍ୟାରେଡରେ ଅଂଶଗ୍ରହଣ କରିବେ ବୋଲି ନିଷ୍ପିତ ହୋଇଛି । ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ଲୋକଙ୍କୁ ଆମନ୍ତ୍ରଣ କରାଯିବ ଏବଂ କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ସାମାଜିକ ଦୂରତା ଓ ମାସ୍କ ପରିଧାନ ବାଧ୍ୟତା ମୂଳକ କରାଯିବ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଥିଲେ । ପୂର୍ବବର୍ଷ ପରି ଚଳିତ ବର୍ଷ କୈାଣସି ପ୍ରତିଯୋଗିତା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ପଡିଆରେ ପ୍ରଦର୍ଶନ କରାଯିବ ନାହିଁ ବୋଲି ସ୍ଥିର କରାଯାଇଛି । କୋଭିଡ ନିୟମକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ ତରଫରୁ କମ ସଂଖ୍ୟକ ସଭ୍ୟମାନଙ୍କୁ ଏହି ବୈଠକରେ ଡକାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡା.ପ୍ରଫୁଲ୍ଳ ପାଢୀ, ପୈାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି, ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଶ୍ରୀମତି ଆନେସ୍ତେସିଆ କେରକେଟା, କ୍ରୀଡା ଅଧିକାରୀ ଶେଖ ଅଲିନୁର, ସହକାରୀ ନିର୍ବାହୀ ଯନ୍ତ୍ରୀ ବିରେନ୍ଦ୍ର ଖରା, ସ୍ୱତନ୍ତ୍ର ପବ୍ଳିକ ପ୍ରୋସିକ୍ୟିୁଟର ଆଇନଜୀବି ବ୍ରଜସୁନ୍ଦର ନାୟକ, ଶିକ୍ଷାବିତ ଦୁଷ୍ମନ୍ତ କୁମାର ମହାନ୍ତି, ସୁନୀଲ ଚନ୍ଦ୍ର ପଣ୍ଡାଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହିଥିବା ବେଳେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.