ସାନ୍ଦୁଲ ନଦୀ ଅବବାହିକାରୁ ମିଳିଲା ପୁରାତନ ନାରୀ ମୂର୍ତ୍ତି

ଭୂବନେଶ୍ବର,୨୧/୧:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ନର୍ଲା ଅସୁରଗଡ ଦୂର୍ଗର ନିକଟବର୍ତି ତଥା ସାନ୍ଦୁଲ ନଦୀ ଅବବାହିକାରେ ଥିବା ଭୀମକେଲା ଠାରେ ଏକ କଳା ମୁଗୁନୀ ପଥରର ପୁରାତନ ନାରୀ ମୂର୍ତ୍ତି ପ୍ରାପ୍ତ ହୋଇଛି। ପ୍ରତିମାଟି କଳା ମୁଗୁନୀ ପଥରରେ ନିର୍ମିତ ହୋଇଥିବା ବେଳେ ୮.୫ ସେ.ମି ଉଚ୍ଚତା ଓ ପ୍ରସ୍ଥ ୨.୫ ସେ.ମି ମଧ୍ୟରେ ଅତି ସୁନ୍ଦର କାରୁକାର୍ଯ୍ୟ ବିଶିଷ୍ଟ ଅଟେ। ଭୀମକେଲା ଗ୍ରାମର ହେମନ୍ତ ଗଉଡ ସାନ୍ଦୁଲ ନଦୀ ପଠାରେ କୃଷିକାର୍ଯ୍ୟ କରୁଥିବା ସମୟରେ ଏହି ମୂର୍ତ୍ତିଟି ପାଇଥିଲେ ପରେ ଲୋକଙ୍କୁ ଜଣାଇବା ଯୋଗୁଁ ଏହା ଲୋକଲୋଚନକୁ ଆସିଛି।

Pearl dental clinic
Near Ashish Medical Store, Bhawanipatna

ଏଠାରେ ସୂଚିତ କରାଯାଇପାରେ ଉକ୍ତ ସ୍ଥାନରୁ ଅନେକ ପୁରାତନ ମୃଣ୍ମୟ ପାତ୍ରାଂଶ, ମାଟି ଦୀପ, ବଳୟ ପଥର, ଅଫିମ ଘଟ ଚିଲମ ,ଲୈ।ହ ସାମଗ୍ରୀ, ବେସର ବଟା ପଥର, ଟେରାକୋଟା ବୃଷଭ ସହିତ ବିଭିନ୍ନ ପ୍ରକାର ରଙ୍ଗ ପଥର ଲୋକଙ୍କୁ ପ୍ରାପ୍ତ ହୋଇଛି। ପୁଣି ଉକ୍ତ ଗ୍ରାମର ଶେଷ ମୁଣ୍ଡରେ ବିଷ୍ଣୁ ପ୍ରତିମା ଖୀଷ୍ଟ।ଦ୍ଦ ୫ମରୁ ଷଷ୍ଠ ଶତାଦ୍ଦୀର ଗାଁ ଦେବତା ରୂପେ ପୂଜିତ ହେଉଛନ୍ତି।

Udyog Nursery
Udyogi Nursery

ଏଠାରେ ସୂଚନା ଯୋଗ୍ୟଯେ ଅସୁରଗଡ ଦୂର୍ଗ ମଝିରେ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ୱର ଉତଖନନ ଶାଖାର ପ୍ରତ୍ନତାତ୍ୱକ ଗବେଷକଙ୍କ ଦ୍ୱ।ରା ଖନନ କାର୍ଯ୍ୟ ଲଗାତାର ଭାବେ ଚାଲିଥିବା ବେଳେ ପ୍ରାୟ ୨ ହଜାରରୁ ୨୩୦୦ ବର୍ଷ ପୂର୍ବର ଇତିହାସ ଧିରେ ଧିରେ ଉନ୍ମୋଚିତ ହେବାରେ ଲାଗିଛି। ବର୍ତମାନ ଅସୁରଗଡ ଦୂର୍ଗର ଖନନ ଚାଲିଥିବା ବେଳେ ଏହି ଦୂର୍ଗ ସହ ସଂବନ୍ଧିତ ଭୀମକେଲା ଓ ଦେବଗିରିର ଖନନ କଲେ ଅନେକ ପ୍ରାତ୍ନତାତ୍ତ୍ବିକ ବିଭବ ମିଳିପାରିବ ବୋଲି ବୁଦ୍ଧିଜିବୀ ମହଳରୁ ମତ ପ୍ରକାଶ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.