ନୂଆପଡା : ପୁଣି ଦେଖା ଦେଲା ମାଓ ହଲଚଲ

ସରକାରୀ ବସ୍ ରେ ବାର୍ତ୍ତା ଛାଡିଲେ ମାଓବାଦୀ

ନୂଆପଡା,୨୯/୧: ବିଜୁ ଗାଁ ଗାଡି ଯୋଜନାରେ ଓଡିଶା ସେବା ଓ ରାସ୍ତା ପରିବହନ ସଂସ୍ଥା ମାଓ ପ୍ରବଣ ଅଂଚଳରେ ବସ ଓ ଗାଡି ସୁବିଧା ଯୋଗେଇ ଦେଇଛନ୍ତି । ସେଥି ମଧ୍ୟରୁ ନୂଆପଡା ଜିଲ୍ଲା କୋମନା ସ୍ଥିତ ଭଇସାଦାନି ଗାଁ ରୁ ଖରିଆର ରୋଡ ସହର ଗମନା ଗମନ ପାଇଁ ଗାଡି ନମ୍ବର (OD 26 A 3569) ର ବସ ଯିବା ଆସିବା କରେ . କିନ୍ତୁ ଗତ କାଲି ବିଳମ୍ବିତ ରାତ୍ରି ପ୍ରାୟ ୧୨ ଟା ସମୟରେ ୭ ରୁ ୮ ଜଣ ମାଓବାଦୀ ଆସି ବସ ରେ ନିଜର ବ୍ୟାନର ମାରିଲେ ଓ ବସ ର ଚତୁଃପାର୍ଶ୍ୱରେ ବାରନିଶ ଦ୍ବାରା ନିଜର ବାର୍ତା ଲେଖି ଉପସ୍ଥିତି ଜାହିର କଲେ ।

Omkar Vasthu
Omkar Vasthu

ବସ ଚାଳକଙ୍କୁ ସେମାନେ ଲେଖି ଥିବା ବାର୍ତା  ନ ଲିଭାଇବା ପାଇଁ ଆଦେଶ ଦେଇ ସେଠାରୁ ଚାଲି ଯାଇ ଥିଲେ।  ବସ ନିୟମିତ ଭାବରେ ଭଇସାଦାନି ଗାଁ ରୁ ବାହାରି ବୋଡେ଼ନ ପହଁଚିଲା ପରେ ସେଠାକାର ପୋଲିସ ଖବର ପାଇ ମାଓବାଦୀ ଲେଖି ଥିବା ବାର୍ତା କୁ ଲିଭାଇଥିଲେ ବୋଲି ବସ ଚାଳକ ପ୍ରକାଶ କରିଛନ୍ତି । 

Pearl dental clinic
Near Ashish Medical Store, Bhawanipatna

ମାଓବାଦୀଙ୍କ ବାର୍ତା ଅନୁସାରେ ଗତ ୨୫ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଧାରଣା ପ୍ରଦର୍ଶନ ସଭା ରେ ଯୋଗଦାନ କରି ୩୧ ତାରିଖ  ଭାରତ ବନ୍ଦ କୁ ସଫଳ କରାଇବା, ଫାଶୀ ବାଦ ସୈନିକ ମାନଙ୍କର ରଣନୈତିକ “ସମାଧାନ” ଆକ୍ରମଣ ର ବିରୋଧ କରିବା ଇତ୍ୟାଦି ।

Udyog Nursery
Udyogi Nursery

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.