ଟିଟିଲାଗଡ ଜିଲ୍ଲା ଦାବି : ୯୨ତମ ଦିନରେ ଗୋପବନ୍ଧୁ ପାଠାଗାର ସାମିଲ 

ଟିଟିଲାଗଡ,୩୧/୧: ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଗଣଧାରଣା ୯୨ଦିନ ରେ ରହିଥିବା ବେଳେ କୋର୍ଟ, କଚେରୀ, ପଞ୍ଚାୟତ ସମିତି ତଥା ବ୍ଲକର ସମସ୍ତ ପଞ୍ଚାୟତ ଗୁଡିକ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ତଥାପି ସରକାରଙ୍କ ନିଦ ଭାଙ୍ଗି ନାହିଁ । ରାଜ୍ୟ ସରକାର ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବା ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାଁନ୍ତି। ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି  ଉଗ୍ରରୂପ ନେଉଥିବା ବେଳେ ନିର୍ବାଚନ ପୁର୍ବରୁ ଜିଲ୍ଲା ଘୋଷଣା ନହେଲେ ରାଜ୍ୟ ସରକାର ଙ୍କୁ ଉଚିତ୍ ଜବାବ ଦିଆଯିବ ବୋଲି ଲୋକଲୋଚନରୁ ଶୁଣିବାକୁ ମିଳୁଛି ।

Omkar Vasthu
Omkar Vasthu

ଅପରପକ୍ଷରେ ଗୁରୁବାର ଦିନ ଶ୍ରୀଯୁକ୍ତ ଯୁଗିରାମ ଚନ୍ଦନଙ୍କ ସଭାପତିତ୍ବରେ ଗୋପବନ୍ଧୁ ପାଠାଗାର କିନିଯୁରୀ ଜିଲ୍ଲା ମାନ୍ୟତା ଦାବିକୁ ସମର୍ଥନ ଦେବା ସହ ଗଣଧାରଣାରେ ସାମିଲ ହୋଇଥିଲେ ।ପାଠାଗାର ପକ୍ଷରୁ ସମ୍ପାଦକ କିଶାନ ଚନ୍ଦନ, କୋଷାଧ୍ୟକ୍ଷ ବିନାୟକ ସାହୁ, ପୂର୍ବତନ ସଭାପତି ଦେବସାଗର ଚନ୍ଦନ, ପୂର୍ବତନ ସମ୍ପାଦକ ପ୍ରଭାକର ସାହୁ, ପୂର୍ବତନ କୋଷାଧ୍ୟକ୍ଷ ଧନୁର୍ଦ୍ଧର ବିଶି, ପୂର୍ବତନ ସରପଞ୍ଚ ଜୟରାମ ଚନ୍ଦନ, ଉପ ସଭାପତି ତ୍ରିଲୋଚନ ଦିସ୍ରୀ, ସହ ସମ୍ପାଦକ ସୁରେନ୍ଦ୍ର ସାହୁ, ୱାର୍ଡ ମେମ୍ବର ତପି ପୋଢ, ଲାଇବ୍ରେରୀଏନ୍ ହୃଦ ଚନ୍ଦନ, ଦୁଷ୍ମନ୍ତ ଚନ୍ଦନ, ତଥା ଗଣପତି ଚନ୍ଦନ, ଛନ୍ଦାଚରଣ ସାହୁ, ସନ୍ତୋଷ ସାହା, ପଞ୍ଚୁ ଚନ୍ଦନ, ବ୍ରଜ ଚନ୍ଦନ, କିଶୋର ଚନ୍ଦନ, କୁନୁ ଚନ୍ଦନ, ଗୋବର୍ଦ୍ଧନ ପୋଢ ପ୍ରମୁଖ ଯୋଗଦେଇଥିଲେ । ଏନେଇ ବିନାୟକ ସାହୁ ଙ୍କୁ ପଚାରିବା ରୁ ସେ କହିଥିଲେ ଯେ “ଏହା ଆଜିର ଦାବି ନୁହେଁ ଏହା ଦୀର୍ଘ ଦିନ ର ଦାବି । ଏଠାରେ ସମସ୍ତ ସୁବିଧା ସୁଯୋଗ ଥାଇ ମଧ୍ୟ ଭାଗ୍ୟର ବିଡମ୍ବନା ଟିଟିଲାଗଡ ଜିଲ୍ଲା ହୋଇନାହିଁ । ତେଣୁ ଆଗାମୀ ନିର୍ବାଚନ ପୂର୍ବରୁ ସରକାର ଯଦି ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ନକରନ୍ତି ତେବେ ଗୋପବନ୍ଧୁ ପାଠାଗାର କିନିଯୁରୀ ତରଫରୁ ନିର୍ବାଚନ ରେ ଭୋଟ୍ ବର୍ଜନ କରାଯିବ ।”

Pearl dental clinic
Near Ashish Medical Store, Bhawanipatna

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ Odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.