ଜଳିଗଲା ଗ୍ୟାସ ଟ୍ୟାଙ୍କର (Visual News)

ବରଗଡ଼,୩୧/୧: ବରଗଡ଼-ସୋହେଲା ଜାତୀୟ ରାଜପଥ ସଁୟା ଗାଁ ଛକରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ଜାଳି ଯାଇଛି। ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ ମଧ୍ୟ ନିଆଁର ଧାସ ଯୋଗୁଁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରି ନଥିଲା। ଏଥିଯୋଗୁଁ ଉକ୍ତ ରାସ୍ତାଦେଇ ଗାଡି ଚଳାଚଳ କିଛି ସମୟ ଧରି ବନ୍ଦ ରହିଥିଲା। ପରେ ପୁଲିସ ଉପସ୍ଥିତିରେ ସତର୍କତାର ସହ କିଛି କିଛି ଗାଡି ପାର କରିଥିଲେ। ଦୁର୍ଘଟଣାଗ୍ରସ୍ତ ଉକ୍ତ ଟ୍ୟାଙ୍କରଟି ଅନୁଗୁଳରୁ ଗୁଜୁରାଟ ଯାଉଥିଲା। ଟ୍ୟାଙ୍କରରେ ଦହନଶୀଳ ତରଳ ଗ୍ୟାସ ଜାତୀୟ ପଦାର୍ଥ ବେଂଯୋଡ଼ାଇନ ଥିଲା। ଗାଡି ଓଲଟି ପଡିବା କ୍ଷଣି ତାହା ଜଳି ଯାଇଥିଲା। ଟ୍ୟାଙ୍କର ଚାଳକ ଓ ହେଲପର ସମ୍ପର୍କରେ ସବିଶେଷ ସୂଚନା ମିଳିପାରି ନାହିଁ। ପୁଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତ କରୁଛି। ଅପରପକ୍ଷେ ଟ୍ୟାଙ୍କର ଫାଟିବା ଆଶଙ୍କାରେ ଅଞ୍ଚଳବାସୀ ରହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.